ନିରଞ୍ଜନଙ୍କ ବିରୋଧରେ ବିଧାୟକଙ୍କ ମେଳି!
ନିରଞ୍ଜନଙ୍କ ବିରୋଧରେ ବିଧାୟକଙ୍କ ମେଳି!
ଭୁବନେଶ୍ବର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଦରୁ ହଟାଇବା ପାଇଁ କଂଗ୍ରେସ ଭିତରେ ପୁଣି ଏବେ ଦାବି ଜୋର ଧରିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ନେତା ବଦଳାଇବାକୁ ଦାବି ବଢିବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ନିରଞ୍ଜନଙ୍କ ବିରୋଧରେ ବିଧାୟକମାନେ ମେଳି ବାନ୍ଧିଛନ୍ତି । କଂଗ୍ରେସ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ନରସିଂହ ମିଶ୍ରଙ୍କୁ ଛାଡିଦେଲେ ବାକି ୮ ବିଧାୟକ ଏନେଇ ରାହୁଲ ଗାନ୍ଧୀଙ୍କୁ ପତ୍ର ଲେଖିଥିବା ଖବର ମିଳିଛି । ବିଧାନସଭାର ଶୀତ ଅଧିବେଶନ ସରିବା ପରେ ରାଜ୍ୟର କେତେକ ନେତା ଦିଲ୍ଲୀ ଯିବେ ବୋଲି ଜଣାପଡିଛି । ଦଳର ସଂଗଠନ ସ୍ଥାଣୁ ହୋଇ ପଡିଥିବାରୁ ଅନେକ ନେତା କ୍ଷୁବ୍ଧ ହୋଇପଡିଛନ୍ତି । ଏ ନେଇ ଦଳର କୌଣସି ନେତା ଖୋଲା ଖୋଲି ମୁହଁ ଖୋଲି ନଥିବାବେଳେ ଦଳ ଭିତରେ ଚର୍ଚ୍ଚା ଜୋର ଧରିଛି ।




admin 