କିଛି ଚର୍ଚ୍ଚିତ ହେଲିକପ୍ଟର ଦୁର୍ଘଟଣା

କିଛି ଚର୍ଚ୍ଚିତ ହେଲିକପ୍ଟର ଦୁର୍ଘଟଣା

କିଛି ଚର୍ଚ୍ଚିତ ହେଲିକପ୍ଟର ଦୁର୍ଘଟଣା

୨୦୦୯ ସେପ୍ଟେମ୍ବର ୨ : ଆନ୍ଧ୍ରପ୍ରଦେଶର ତକôାଳୀନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜଶେଖର ରେଡ୍ଡୀଙ୍କ ହେଲିକପ୍ଟରଟି କୁର୍ଣ୍ଣୁଲର ଏକ ପାହାଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା  । ସେତେବେଳେ ପାଗ ଅନକୂଳ ନଥିଲା  ।

୨୦୦୧ ସେପ୍ଟେମ୍ବର ୩୦ : ଖରାପ ପାଗ ଯୋଗୁଁ ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମାଧବରାଓ ସିନ୍ଧିଆ ଯାଉଥିବା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା  । ସେ କାନପୁର ଯାଉଥିବାବେଳେ ଏଭଳି ଅଘଟଣ ଘଟିଥିଲା  ।

୨୦୦୨ ମାର୍ଚ୍ଚ ୩ : ଲୋକସଭାର ବାଚସ୍ପତି ବାଲଯୋଗୀଙ୍କର ମଧ୍ୟ ହେଲିକପ୍ଟର ଦୁର୍ଘଟଣାରେ ମୃତୁ୍ୟ ହୋଇଥିଲା  । ପ୍ରବଳ ବର୍ଷା ଯୋଗୁଁ ତାଙ୍କ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା  ।

୨୦୧୧ ଅପ୍ରେଲ : ଅରୁଣାଚଳ ପ୍ରଦେଶର ତକôାଳୀନ ମୁଖ୍ୟମନ୍ତ୍ରୀ ଦୋରଜୀ ଖାଣ୍ଡୁଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା  । ଦୁର୍ଘଟଣାର ୫ ଦିନ ପରେ ତାଙ୍କର ଶବ ଚୀନ ସୀମାନ୍ତର ଲୁଗୁଥାଙ୍ଗ ନିକଟରେ ମିଳିଥିଲା  ।