ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ପରଲୋକ

ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ପରଲୋକ

ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ପରଲୋକ

ସର୍ଜିକାଲ ଷ୍ଟ୍ରାଇକରେ ବ୍ୟବହାର ହୋଇଥିଲା ଏମଆଇ-୧୭ଭି୫ 

ନୂଆଦିଲ୍ଲୀ : ତାମିଲନାଡୁର କୁନ୍ନୁରରେ ହୋଇଛି ଭୟଙ୍କର ଦୁର୍ଘଟଣା  । ବାୟୂସେନାର ହେଲିକପ୍ଟର ଏମଆଇ-୧୭ଭି୫ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି  । ସିଡ଼ିଏସ ବିପିନ ରାଓତ ଓ ତାଙ୍କ ପନôୀଙ୍କ ସମେତ ୧୪ ଜଣ ଉକ୍ତ ହେଲିକପ୍ଟରରେ ଥିବାବେଳେ ୧୩ ଜଣଙ୍କର ମୃତୁ୍ୟ ହୋଇଥିବା ସ୍ପଷ୍ଟ ହୋଇଛି  । ଉକ୍ତ ଦୁର୍ଘଟଣାରେ ବିପିନ ରାଓତ ଓ ତାଙ୍କ ପନôୀ ମଧ୍ୟ ମୃତୁ୍ୟବରଣ କରିଥିବା ନେଇ ବାୟୂସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି  ।

ହେଲିକପ୍ଟରଟି ସୁଲୁରରୁ ୱେଲିଂଟନ ଯାଉଥିବାବେଳେ କୁନ୍ନୁରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା  । କୁନ୍ନୁରରୁ ଯିବା ବେଳେ ନୀଳଗିରିର ବଡ ପାହାଡ଼ ପଡିଥାଏ  । ତେବେ ଖରାପ ପାଗ କାରଣରୁ ନୀଳଗିରି ଜଙ୍ଗଲ ଉପରେ ଉଡୁଥିବାବେଳେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା  ।

୨୦୧୫ ଫେବୃଆରୀ ୩ରେ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ  । ନାଗାଲାଣ୍ଡର ଦୀମାପୁର ଜିଲ୍ଲାରେ ଥିବା ହେଲିପ୍ୟାଡ଼ରୁ ତାଙ୍କ ହେଲିକପ୍ଟର ଉଡ଼ାଣ ଆରମ୍ଭ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ  । ସେତେବେଳେ ଲେଫ୍ଟେନାଂଟ ଜେନେରାଲ ବିପିନ ରାୱତଙ୍କ ସହ ତିନିଜଣ ସେନା ଅଧିକାରୀ ଥିଲେ  । ହେଲିକପ୍ଟର ଉଡ଼ାଣ ଆରମ୍ଭ କରିବାର ୨୦ ଫୁଟ ଉଚ୍ଚତାରେ ତାହା ଅଟକି ଯାଇଥିଲା  । ଫଳରେ ସେମାନେ ସାମାନ୍ୟ ଆହତ ହୋଇଥିଲେ  ।

ସ୍ଫେଶିଆଲ ଫୋର୍ସ ହେଉ ଅବା ଭିଭିଆଇପି, ସମସ୍ତେ ଏମଆଇ-୧୭ଭି୫କୁ ସବୁଠାରୁ ଅଧିକ ସୁରକ୍ଷିତ ମନେ କରିଥା’ନ୍ତି  । ଯେଉଁସବୁ ଅଂଚଳକୁ ବଡ଼ ବିମାନ ଯାଇପାରିନଥାଏ ସେହି ଅଂଚଳକୁ ଯିବାପାଇଁ ପ୍ରଧାନମନ୍ତ୍ରୀ, ରକ୍ଷାମନ୍ତ୍ରୀ, ଆର୍ମି ଜେନେରାଲ ଏହି ହେଲିକପ୍ଟରରେ ଯାଇଥା’ନ୍ତି  । ସର୍ଜିକାଲ ଷ୍ଟ୍ରାଇକ ହେଉ ଅବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ ଏହି ହେଲିକପ୍ଟର ବ୍ୟବହାର କରାଯାଇଥିଲା  ।