ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଏବେ ସୁଦ୍ଧା ୭ ମୃତ

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଏବେ ସୁଦ୍ଧା ୭ ମୃତ

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଏବେ ସୁଦ୍ଧା ୭ ମୃତ

ନୂଆଦିଲ୍ଲୀ:  ତାମିଲନାଡ଼ୁ କୁନ୍ନୁରରେ ସେନାର  ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ଦୁର୍ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟପକ୍ଷରେ ଦୁର୍ଘଟଣାସ୍ଥଳରୁ ସିଡିଏସ ବିପିନ ରାୱତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯା ୱେଲଇଂଟନ ଏୟାରବେସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।   

  ପ୍ରକାଶ ଯେ, ବାୟୁସେନାର ଏମଆଇ୧୭-ଭି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଦୁର୍ଘଟଣାନେଇ ଭାରତୀୟ ବାୟୁସେନା ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି । 

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ  ସିଡିଏସ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ବି ରହିଥିଲେ।  ସିଡିଏସଙ୍କ ସହ ସେନାର ଆଉ କିଛି ବରିଷ୍ଠ ଅଧିକାରୀ ଥିଲେ । ସିଡିଏସ ଓ ବରିଷ୍ଠ ଅଧିକାରୀଙ୍କ ସହ ମୋଟ ୧୪ ଜଣ ଥିବା ଜଣାଯାଇଛି। ତେବେ ହେଲିକପ୍ଟର ଦୁର୍ଘଟଣା ପଛର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ ।
ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ଦୁର୍ଘଟଣାର ତଦନ୍ତ ନିଦେ୍ର୍ଧଶ ଦିଆଯାଇଥିବା ନେଇ  ଭାରତୀୟ ବାୟୁସେନା ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।