ନୂଆ ଭ୍ୟାରିଏଣ୍ଟ୍ ଚିହ୍ନଟ ଯୋଗୁଁ ମିଳୁଛି ଦଣ୍ଡ, ଜାଣନ୍ତୁ, କାହିଁକି ଏମିତି କହିଲେ ଦକ୍ଷିଣ ଆଫ୍ରିକା ସରକାର
ନୂଆ ଭ୍ୟାରିଏଣ୍ଟ୍ ଚିହ୍ନଟ ଯୋଗୁଁ ମିଳୁଛି ଦଣ୍ଡ, ଜାଣନ୍ତୁ, କାହିଁକି ଏମିତି କହିଲେ ଦକ୍ଷିଣ ଆଫ୍ରିକା ସରକାର
ଜୋହାନସ୍ବର୍ଗ: କୋଭିଡର ନୂଆ ଭାରିଏଣ୍ଟ ଚିହ୍ନଟ ପାଇଁ ତାଙ୍କୁ ଦଣ୍ଡ ମିଳୁଛି। ଏମିତି କହି ସମାଲୋଚନା କରିଛନ୍ତି ଦକ୍ଷିଣ ଆଫ୍ରିକା ସରକାର କହିଛନ୍ତି। ଯାତ୍ରା ପ୍ରତିବନ୍ଧକ ଲଗାଇବା ଏକ ଶାସ୍ତି ସହ ସମାନ। ଉତ୍ତମ ବିଜ୍ଞାନକୁ ପ୍ରଶଂସା କରାଯିବା ଉଚିତ, ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସେଠାକାର ବୈଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ନାଲେଦି ପନ୍ଦୋର ମଧ୍ୟ କଟକଣା ଜାରି କରିଥିବା ଇଂଲଣ୍ଡ ଏବଂ ଅନ୍ୟ ରାଷ୍ଟ୍ରମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ନିଜ ନିଜର ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ। ଏଥିପାଇଁ ବିଭିନ୍ନ ଦେଶର ଅଧିକାରକୁ ଆମେ ସମ୍ମାନ ପ୍ରଦର୍ଶନ କରୁଛୁ। କିନ୍ତୁ, ଆମେ ମନେରଖିବା ଉଚିତ ଯେ, ମହାମାରୀ ଦମନ ସହଯୋଗ ଓ ପାରଦର୍ଶୀତା ଆଦାନପ୍ରଦାନ ଆବଶ୍ୟକ କରେ। ଏଭଳି କଟକଣା ଜନସାଧାରଣଙ୍କ ପରିବାର, ଗମନାଗମନ, ପର୍ୟ୍ୟଟନ ଶିଳ୍ପ ଓ ବାଣିଜ୍ୟକୁ ପ୍ରଭାବିତ କରୁଛି ବୋଲି ସେ କହିଛନ୍ତି।
ଦକ୍ଷିଣ ଆଫ୍ରିକାରୁ କରୋନାର ନୂଆ ରୂପ ‘ଓମିକ୍ରନ୍’ ଚିହ୍ନଟ କରି ଏବେ ଫସିଛି ଦକ୍ଷିଣ ଆଫ୍ରିକା। ତାକୁ ମିଳିଛି ଶାସ୍ତି। ସେ ଶାସ୍ତି ପାଉଥିବା ନେଇ ସେଠାକାର ସରକାର ଯନ୍ତ୍ରଣା ବଖାଣିଛନ୍ତି।
କରୋନାର ନୂଆ ଭାରିଏଣ୍ଟ ଅଧିକ ସଂକ୍ରାମକ। ଏହା ଦ୍ରୁତ ଗତିରେ ବ୍ୟାପିବା ସମ୍ଭାବନା ଥିବାରୁ ବିଶ୍ୱର ବିଭିନ୍ନ ଦେଶ ଦକ୍ଷିଣ ଆଫ୍ରିକା ଉପରେ କଟକଣା ଲଗାଇଛନ୍ତି। ସେଠାକୁ ଗମନାଗମନ ଉପରେ ଜାରି ହୋଇଛି କଟକଣା। ସେଠାରୁ ଆସୁଥିବା ଯାତ୍ରୀଙ୍କ ପାଇଁ କିଛି ଦେଶ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରିଛନ୍ତି। ଏଭଳି କଟକଣା ଲାଗୁ ହେବା ପରେ ଦକ୍ଷିଣ ଆଫ୍ରିକା ନିଜ ଯନ୍ତ୍ରଣା ବଖାଣିଛି।




admin 