ଆଣ୍ଟାର୍କଟିକା ବରଫ ଉପରେ ଓହ୍ଲାଇଲା ବିମାନ
ଆଣ୍ଟାର୍କଟିକା ବରଫ ଉପରେ ଓହ୍ଲାଇଲା ବିମାନ
ନୂଆଦିଲ୍ଲୀ: ଆଣ୍ଟାର୍କଟିକା ବରଫ ଉପରେ ଅବତରଣ କରିଛି ବିମାନ। ହାଇ ଫ୍ଲାଏ ନାମକ ଏକ ବିମାନ କମ୍ପାନି ରଚିଛି ଏହି ଇତିହାସ। ଏୟାରବସ୍ ଏ-୩୪୦ ବିମାନ ବରଫରେ ଅବତରଣ କରିବା ପରେ ନୂତନ ରେକର୍ଡ ସୃଷ୍ଟି କରିଛି। ପର୍ୟ୍ୟଟନ କ୍ଷେତ୍ରରେ କାର୍ୟ୍ୟ କରୁଥିବା ଏକ କମ୍ପାନି ହାଏ ଫ୍ଲାଏ ନଭେମ୍ବର ୨ ରେ ଏହି କୀର୍ତ୍ତିମାନ ହାସଲ କରି ରେକର୍ଡ କରିବା ପରେ ବର୍ତ୍ତମାନ ଏହାର ଭିଡିଓ ରିଲିଜ କରିଛି।
ସୂଚନା ଅନୁଯାୟୀ, ହାଏ ଫ୍ଲାଏ କମ୍ପାନୀ ଏୟାରବସ୍ ଏ-୩୪୦ ସହିତ ଦକ୍ଷିଣ ଆଫ୍ରିକାର କେପଟାଉନରୁ ଯାତ୍ରା କରିଥିଲା। ପ୍ରାୟ ପାଞ୍ଚ ଘଣ୍ଟା ଯାତ୍ରା ପରେ ଏହି ବିମାନଟି ଆଣ୍ଟାର୍କଟିକାରେ ଅବତରଣ କରିଥିଲା।
ଆଣ୍ଟାର୍କଟିକାରେ ଅଧିକାଂଶ ସମୟରେ ବରଫର ମୋଟା ସ୍ତର ଜମି ରହିଥାଏ। ଏଭଳି ପରିସ୍ଥିତିରେ ବରଫ ଉପରେ ରନୱେ ତିଆରି କରିବା ଏବଂ ଏୟାରବସ୍ ପରି ବିମାନ ଅବତରଣ କରିବା ଏକ ବଡ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ। ୨୦୧୯ ରୁ ୨୦୨୦ ମଧ୍ୟରେ, ୨୯୦ ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ୨୨୩ ଫୁଟ ଲମ୍ବା ଏହି ବିମାନ ୬ଥର ରୀକ୍ଷଣ ପରେ ବରଫ ଉପରେ ଅବତରଣ କରିଛି। ଏଥିପାଇଁ କମ୍ପାନୀ ତିନି ହଜାର ଫୁଟ ଲମ୍ବର ରନୱେ ନିର୍ମାଣ କରିଥିଲା।
ହାଇ ଫ୍ଲାଏ କମ୍ପାନୀ ଅନୁଯାୟୀ ଆଣ୍ଟାର୍କଟିକା ବର୍ତ୍ତମାନ ଉଦୀୟମାନ ପର୍ୟ୍ୟଟନ ସ୍ଥଳ ପାଲଟିଛି। ଏଠାରେ କମ୍ପାନୀ ଅନେକ ପ୍ରୋଜେକ୍ଟ ଉପରେ କାମ କରେ। ଏହା ବିମାନ ଏବଂ ଏୟାର କ୍ରୁ କୁ ଭଡାରେ ନିଏ ଏବଂ ସେମାନଙ୍କର ବୀମା, ରକ୍ଷଣାବେକ୍ଷଣର ଯତ୍ନ ନିଏ। ଆଣ୍ଟାର୍କଟିକାରେ କାର୍ୟ୍ୟ କରୁଥିବା ଉଲ୍ଫ ଗ୍ୟାଙ୍ଗ ନାମକ ଏକ ଆଡଭେଞ୍ଚର କ୍ୟାମ୍ପ ଦ୍ୱାରା ଏହି ବିମାନକୁ ଟ୍ରେନିଂ ଦିଆଯାଇଥିଲା।
କ୍ୟାପଟେନ୍ କାର୍ଲୋସ୍ ମିରପୁର ଆଣ୍ଟାର୍କଟିକାର ବରଫ ଉପରେ ବିମାନକୁ ଲ୍ୟାଣ୍ଡ କରାଇଥିଲେ। କାର୍ଲୋସ ମିରପୁରୀ ହାଏ ଫ୍ଲାଏ କମ୍ପାନୀର ଉପାଧ୍ୟକ୍ଷ ଅଟନ୍ତି। କାର୍ଲୋସ୍ ହିଁ ପୁଣିଥରେ କେପଟାଉନ୍ରୁ ରିଟର୍ନ ଫ୍ଲାଇଟ୍ ନେଇଥିଲେ । ବିମାନର କ୍ୟାପଟେନ ଆଣ୍ଟାର୍କଟିକାରେ ପ୍ରାୟ ୩ ଘଣ୍ଟା ବିତାଇଥିଲେ।
ଏହାପୂର୍ବରୁ ୧୯୮୨ ମସିହାରେ ଅଷ୍ଟ୍ରେଲିଆର ସାମରିକ ପାଇଲଟ ତଥା ଏକ୍ସପ୍ଲୋରର ଜର୍ଜ ହୁବର୍ଟ ପ୍ରଥମ ଥର ପାଇଁ ଆଣ୍ଟାର୍କଟିକା ଅଭିମୁଖେ ବିମାନ ଯାତ୍ରା କରିଥିଲେ। ଆଣ୍ଟାର୍କଟିକାରେ କୌଣସି ବିମାନବନ୍ଦର ନାହିଁ, କିନ୍ତୁ ସେଠାରେ ପ୍ରାୟ ୫୦ ଟି ଅବତରଣ ଷ୍ଟ୍ରିପ୍ ଏବଂ ରନୱେ ଅଛି।




admin 