ଗୌତମ ଗମ୍ଭୀରଙ୍କୁ ପୁଣି ହତ୍ୟା ଧମକ
ଗୌତମ ଗମ୍ଭୀରଙ୍କୁ ପୁଣି ହତ୍ୟା ଧମକ
ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ପୁଣି ହତ୍ୟା ଧମକ ମିଳିଛି। ଗତ ରାତିରେ ତାଙ୍କ ପାଖକୁ ପୁଣି ଥରେ ଇ-ମେଲ୍ ଜରିଆରେ ହତ୍ୟା ଧମକ ଆସିଛି। ଗୌତମଙ୍କ ସୁରକ୍ଷାରେ ଥିବା ପୁଲିସ କର୍ମଚାରୀମାନେ ମଧ୍ୟ କିଛି କରିପାରିବେ ନାହିଁ ବୋଲି ଏହି ଇ-ମେଲ୍ ଜରିଆରେ ଓପନ୍ ଚ୍ୟାଲେଞ୍ଜ ଦିଆଯାଇଛି।
ଆଇଏସ୍ଆଇଏସ୍ କାଶ୍ମୀର ନାମକ ଏକ ଆଇଡିରୁ ଏହି ଇ-ମେଲ୍ ଆସିଛି। ଏଥିରେ ଦିଲ୍ଲୀ ପୁଲିସ ଏବଂ ଆଇପିଏସ୍ ଶ୍ୱେତା ମଧ୍ୟ ଆମର କିଛି ବିଗାଡି ପାରିବେ ନାହିଁ ବୋଲି ଏଥିରେ ଧମକ ଦିଆଯାଇଛି। ଆମର ଗୁପ୍ତଚରମାନେ ପୁଲିସ ଭିତରେ ଉପସ୍ଥିତ ଅଛନ୍ତି, ଯେଉଁମାନେ ତୁମ ବିଷୟରେ ସମସ୍ତ ସୂଚନା ଦେଉଛନ୍ତି ବୋଲି ଗୌତମଙ୍କୁ ମିଳିଥିବା ଧମକପୂର୍ଣ୍ଣ ଇ-ମେଲରେ ଉଲ୍ଲେଖ ରହିଛି।
ଇ-ମେଲ ଜରିଆରେ ଯେଉଁ ଶ୍ୱେତା ବିଷୟରେ କୁହାଯାଇଛି ସେ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ଅଞ୍ଚଳର ଡିସିପି ଅଛନ୍ତି। ସୂଚନା ମୁତାବକ ନିକଟରେ ଏହାପୂର୍ବରୁ ମଧ୍ୟ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଦୁଇ ଥର ଇ-ମେଲ ଜରିଆରେ ହତ୍ୟା ଧମକ ମିଳି ସାରିଛି। ଏହି ହତ୍ୟା ଧମକ ଆଇଏସଆଇଏସ୍ କଶ୍ମୀର ପଠାଇଥିଲା। ପରେ ଆଇପି ଆଡ୍ରେସ୍ରୁ ଏହା ପାକିସ୍ତାନ କରାଚିରୁ ଆସିଥିବା ଜଣାପଡିଥିଲା। ହତ୍ୟା ଧମକ ମିଳିବା ପରେ ଗୌତମ ଗମ୍ଭୀରଙ୍କ ଘରର ସୁରକ୍ଷା ବଢ଼ାଇ ଦିଆଯାଇଥିଲା।




admin 