ପଥରରେ ଛେଚି ଛେଚି ପ୍ରେମିକାକୁ ମାରିଦେଲା

ପଥରରେ ଛେଚି ଛେଚି ପ୍ରେମିକାକୁ ମାରିଦେଲା

ପଥରରେ ଛେଚି ଛେଚି ପ୍ରେମିକାକୁ ମାରିଦେଲା

ଉଦଳା : ପ୍ରେମ, ପ୍ରତାରଣା ଆଉ ତାପରେ ହତ୍ୟା। ପ୍ରେମିକ ସାଜିଲା ସଇତାନ୍। ସାମାନ୍ୟ କଥାକୁ କେନ୍ଦ୍ର କରି ପ୍ରେମିକାକୁ ପଥରରେ ଛେଚି ଛେଚି ବିଭତ୍ସ ଭାବରେ ହତ୍ୟାକଲା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ରାଇଢିହି ଗ୍ରାମରେ।

ବାସିପିଠା ଅଞ୍ଚଳର ଯୁବକ ମୁନୁ ଟୁଡୁ ଏବଂ ସପନଚୁଆ ଗ୍ରାମର ବୁଦ୍ଧୁନି ହେମ୍ବ୍ରମ୍ ଗତକାଲି ରାଇଢିହି ଗ୍ରାମକୁ ବୁଲିବାକୁ ଯାଇଥିଲେ। ରାଇଢିହି ଗ୍ରାମରେ ବୁଦ୍ଧୁନିଙ୍କ ସମ୍ପର୍କୀୟ ଘର ହୋଇଥିବା ବଳେ ସେଠାରୁ ଫେରି ଉଭୟ ଏକ ବାଇକରେ ବୁଲିବାକୁ ଯାଇଥିଲେ । ଏହି ସମୟରେ ରାଇଢିହି ନିକଟରେ ଥିବା ଏକ ନଦୀକୁ ବୁଦ୍ଧୁନି ଗାଧୋଇବାକୁ ଯାଇଥିବା ବଳେ ମୁନୁ ତାଙ୍କ ପଛରେ ଯାଇଥିଲେ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଧୀରେ ଧୀରେ କଳହ ଉଗ୍ର ରୂପ ନେବାରୁ ମୁନୁ ଏକ ବଡ ପଥରରେ ବୁଦ୍ଧୁନିକୁ ଛେଚିଛେଚି ହତ୍ୟା କରିଛି।
ବୁଦ୍ଧୁନିଙ୍କ ପ୍ରତି ଆକ୍ରମଣରେ ମୁନୁ ମଧ୍ୟ ଗୁରୁତର ହୋଇଛି। ଏହି ଖବର ଜଣାପଡିବା ପରେ ଖୁଣ୍ଟା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ବୁଦ୍ଧୁନିର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏହା ସହିତ ଅଭିଯୁକ୍ତ ମୁନୁକୁ ପୋଲିସ୍ ଡାକ୍ତରଖାନାରେ ଚିକିତ୍ସା କରାଇ ଥାନାରେ ଅଟକ ରଖଛି। ତବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥବା ବଳେ କେଉଁ କାରଣରୁ ବଚସା ହୋଇଥିଲା ସେ ନେଇ ପୋଲିସ ତଦନ୍ତ କରୁଛି।