ପ୍ରବଳ ତାତିରେ ସିଝୁଛି ଓଡିଶା
ଭୁବନେଶ୍ୱର: ରାଜ୍ୟବାସୀଙ୍କୁ କଲବଲ କରୁଛି ତାତି। ଆଜି ସକାଳ ୮ଟା ୩୦ ସୁଦ୍ଧା ୩୦ ଡିଗ୍ରୀ ଟପିଛି ୬ଟି ସହର ତାପମାତ୍ରା। ସକାଳ ୮ଟା ୩୦ ସୁଦ୍ଧା ବାଲେଶ୍ୱର ସହରରେ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ପୁରୀରେ ୩୨.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୩୧.୬ ଡ଼ିଗ୍ରୀ, ଝାରସୁଗୁଡା ୩୧ ଡ଼ିଗ୍ରୀ ଚାନ୍ଦବାଲି ୩୦.୮ ଡ଼ିଗ୍ରୀ, କେନ୍ଦୁଝର୩୦.୪ ଡ଼ିଗ୍ରୀ, ପାରାଦୀପ ୨୯.୮ ଡ଼ିଗ୍ରୀ, ସମ୍ବଲପୁର ୨୯.୨ ଡ଼ିଗ୍ରୀ, ଗୋପାଳପୁର ୨୮.୬ ଡ଼ିଗ୍ରୀ ଓ ହୀରାକୁଦରେ ୨୮ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ କାରଣରୁ ବାୟୁମଣ୍ଡଳ ଉତ୍ତପ୍ତ ରହିଛି। ତେଣୁ ଆଗାମୀଦୁଇ ଦିନ ଯାଏଁ ତାପମାତ୍ରା ସ୍ୱାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହିବା ନେଇ ପୂର୍ବାନୁମାନକରିଛି ପାଣିପାଗ କେନ୍ଦ୍ର। ଏହାସହ କିଛି ଜିଲ୍ଲାରେ ହିଟ୍ ୱେଭ୍ ଆଲର୍ଟ ବି ଜାରି କରାଯାଇଛି। ତେବେ ୧୬ ତାରିଖ ପରେ ସାମୁଦ୍ରିକ ଜଳୀୟବାଷ୍ପ ପ୍ରଭାବରେ ବର୍ଷା ହେବା ସମ୍ଭାବନା ରହିଛି।




admin 