ପୁରୀ ବଡ଼ଦାଣ୍ଡ ମାର୍କେଟ ଛକରେ ଖଣ୍ଡାରେ ଆକ୍ରମଣ , ୩ ଗୁରୁତର
ପୁରୀ: ପୁରୀ ବଡ଼ଦାଣ୍ଡ ମାର୍କେଟ ଛକରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଉଭୟ ଗୋଷ୍ଠୀର ୩ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକମାନେ ହେଲେ ଦଇତାପଡ଼ା ସାହିର ହୃଷିକେଶ ପଣ୍ଡା, ପଞ୍ଚ ଚଉଁରା ଛକର ଖଗେଶ୍ୱର ସାହୁ ଓ ନୂଆପାଟଣାର ବଣୁଆଗଳିର ସମୀର ଦାଶ। ହୃଷିକେଶ ଓ ଖଗେଶ୍ୱରଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସମୀରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସମୀରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଖଗେଶ୍ୱର ଓ ହୃଷିକେଶଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।
ଗତକାଲି ଖଡ଼ିପଦା ମେଲଣରେ ଦୁଇ ଗୋଷ୍ଠୀ ଜୁଆ ଖେଳୁଥିଲେ। ଜୁଆ ଖେଳ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଆଜି ସକାଳେ ଏକ ଗୋଷ୍ଠୀର କିଛି ଯୁବକ ପୁରୀ ବଡ଼ଦାଣ୍ଡ ମାର୍କେଟ ଛକରେ ବସି ଚାହା ପିଉଥିଲେ। ଏହି ସମୟରେ ଅନ୍ୟ ଗୋଷ୍ଠୀର କିଛି ଯୁବକ ବାଇକ୍ରେ ଆସି ଅନ୍ୟ ଗୋଷ୍ଠୀର ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ହଣାହଣିରେ ୩ ଯୁବକ ଆହତ ହୋଇଥିଲେ। ପୁଲିସ ପହଞ୍ଚି ୩ ଜଣ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା।ଏହି ଘଟଣାର ତଦନ୍ତ କରିବା ପାଇଁ ପୁରୀ ଏସ୍ପିଙ୍କ ନେତୃତ୍ୱରେ ୩ଟି ଗଠନ କରାଯାଇଛି। ଟାଉନ ଥାନା ପୁଲିସ ଏହି ଘଟଣାରେ ୨ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।




admin 