ପଶୁ ନେବେ ‘କାରନିଭାକ-କୋଭ’ ଟିକା

ପଶୁ ନେବେ ‘କାରନିଭାକ-କୋଭ’ ଟିକା

ପଶୁ ନେବେ ‘କାରନିଭାକ-କୋଭ’ ଟିକା
ରୁଷ ବୁଧବାର ଦାବି କରିଛି ଯେ ସିଏ ପଶୁମାନଙ୍କ ପାଇଁ କରୋନା ପ୍ରତିଷେଧକ ଟିକା ପ୍ରସ୍ତୁତ କରିଛି । ଏହା ସମଗ୍ର ବିଶ୍ୱରେ ଏ ଧରଣର ପ୍ରଥମ ଟିକା ଅଟେ । ଏହି ଟିକାର ନାମ ରଖାଯାଇଛି ‘କାରନିଭାକ-କୋଭ’ । ଗତ ଅକ୍ଟୋବର ମାସରୁ ଏହାକୁ କୁକୁର, ବିଲେଇ, ମିଙ୍କ ଓ ଅନ୍ୟ ଜୀବଜନ୍ତୁଙ୍କ ଉପରେ ପ୍ରୟୋଗ କରାଯାଉଛି । ଯେଉଁ ଦେହରେ ଏହି ଟିକାର ପ୍ରୟୋଗ କରାଯାଇଥିଲା, ସେମାନଙ୍କ ଦେହରେ କରୋନା ମୁକାବିଲା ପାଇଁ ଆଣ୍ଟିବଡ଼ି ପ୍ରସ୍ତୁତ ହୋଇଥିଲା । ଏପି୍ରଲ ମାସରୁ ଏହି ଟିକାର ସାମୂହିକ ଉପôାଦନ ଆରମ୍ଭ କରାଯିବ ବୋଲି ରୁଷ ସରକାରଙ୍କ ଏକ ସଂସ୍ଥା ସୂଚନା ଦେଇଛି ।