ପିପିଲି ଭୋଟ : ଇଭିଏମ ଖରାପ, ଗଣତି ବିଳମ୍ବିତ

ପିପିଲି ଭୋଟ : ଇଭିଏମ ଖରାପ, ଗଣତି ବିଳମ୍ବିତ

ପିପିଲି ଭୋଟ : ଇଭିଏମ ଖରାପ, ଗଣତି ବିଳମ୍ବିତ

ଭୁବନେଶ୍ୱର : ପିପିଲି ଭୋଟ ଗଣତି ଜାରି ରହିଥିବାବେଳେ ଗୋଟିଏ ଇଭିଏମ ଖରାପ ଥିବା ଜଣାପଡ଼ିଛି  । ଅର୍ଥାତ ସେହି ଇଭିଏମରେ କେତେ ଭୋଟ ପଡ଼ିଛି ତାହା ଜଣାପଡ଼ିପାରୁନାହିଁ  । ତେଣୁ ପଂଚମ ରାଉଣ୍ଡ ଭୋଟ ଗଣତି ବିଳମ୍ବିତ ହେଉଥିବା ଜାଣିବାକୁ ମିଳିଛି  ।

ଅପରପକ୍ଷରେ ଚତୁର୍ଥ ରାଉଣ୍ଡ ଭୋଟ ସୁଦ୍ଧା ବିଜେଡ଼ି ୧୬୯୬୮ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ୧୧୮୨୮ ଖଣ୍ଡ ଭୋଟ ପାଇଛି  । ଅପରପକ୍ଷରେ ପ୍ରଥମ ରାଉଣ୍ଡରେ ୭ ଶହରୁ ଉଦ୍ଧ୍ୱର୍ ଭୋଟ ପାଇଥିବା କଂଗ୍ରେସ ପରବର୍ତୀ ରାଉଣ୍ଡରେ ଆଣ୍ଠେଇ ଯାଇଛି  । ଦଳକୁ ଏଯାବତ ମାତ୍ର ୧୩୮୨ ଖଣ୍ଡ ଭୋଟ ମିଳିଛି  । 

ତେବେ ଇଭିଏମ କିଭଳି ଖରାପ ହୋଇଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି  । ନାନାମୁନିଙ୍କ ନାନାମତ ଭଳି ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି  । ତେବେ ଇଭିଏମ ତ୍ରୁଟି ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳିପାରିନାହିଁ  ।

ଚଳିତ ଉପନିର୍ବାଚନରେ ୧୯୯୫ ପରେ ସର୍ବାଧିକ ମତଦାନ ହୋଇଛି  । ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୧୮ ଭୋଟର ଥିବାବେଳେ ୭୮.୨୫ ପ୍ରତିଶତ ମତଦାନ କରିଛନ୍ତି  । ୯୫ ହଜାର ୩୮୩ ଜଣ ପୁରୁଷ ଓ ୮୪ ହଜାର ୫୯୭ ଜଣ ମହିଳା ମତଦାନ କରିଛନ୍ତି  । ମୋଟ ଉପରେ ୧ ଲକ୍ଷ ୭୯ ହଜାର  ୯୮୦ ଜଣ ମତଦାନ କରିଥିବାବେଳେ କିଏ ବାଜିମାତ କରିବ ତାହାକୁ ନେଇ ଉତ୍କଣ୍ଠା ଲାଗିରହିଛି  ।