ପୁଣି କରୋନା ନେଲା ୧୬ ଜୀବନ
ପୁଣି କରୋନା ନେଲା ୧୬ ଜୀବନ
admin
Oct 11, 2020 - 07:11
Updated: Oct 11, 2020 - 07:11
ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନାରେ ୧୬ ଜୀବନ ଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୧୦୨୨ରେ ପହଞ୍ଚôଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଥିବା ବେଳେ ବାଲେଶ୍ୱରରୁ ୪ଜଣ କରୋନା ଆକ୍ରାନ୍ତ ମୃତୁ୍ୟ ହୋଇଛି । ସେହିପରି ଢେଙ୍କାନାଳ ଜିଲାରୁ ୨ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଥିବା ବେଳେ ପୁରୀ, କୋରାପୁଟ, କଳାହାଣ୍ଡି, କେନ୍ଦ୍ରାପଡ଼ା, ଗଜପତିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି ।
ରାଜ୍ୟରେ ଆଜି ୨୫୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫୦୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୦୪୨ ଟି ଲୋକାଲ କେସ ରହିଛି । ଏହି ୨୫୪୬ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୨୨୩୯ରେ ପହଞ୍ଚô ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨୪୨୭୩ ଜଣ ସୁସ୍ଥ ହୋଇ ସାରିଲେଣି । ବର୍ତ୍ତମାନ ସୁଦ୍ଧ ୨୬୮୯୧ ଜଣ ଚିକିତ୍ସାଧୀନ ରହିଛନ୍ତି ।