ପୁଣି ଗଜପତିରେ ଧସିଲା ପାହାଡ଼

ପୁଣି ଗଜପତିରେ ଧସିଲା ପାହାଡ଼

ପୁଣି ଗଜପତିରେ ଧସିଲା ପାହାଡ଼
ପାରଳାଖେମୁଣ୍ଡି: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶରେ ରବିବାର ରାତିଠାରୁ ଲଗାଣ ବର୍ଷା ଜାରି ରହିଥିବା ବେଳେ ଗଜପତି ଜିଲ୍ଲାରେ ପୁଣି ପାହାଡ଼ ଧସି ଯାଇଛି । ଗୁମ୍ମା ବ୍ଲକ ତରଙ୍ଗଡ଼ା ପଞ୍ଚାୟତର ତାମୁସିଂ ଗ୍ରାମରେ ପାହାଡ଼ରୁ ଅତଡ଼ା ଖସିଛି । ତେବେ ଏଥିରେ କୌଣସି ଧନଜୀବନ କ୍ଷୟକ୍ଷତି ଘଟିନଥିବା ଜଣାପଡ଼ିଛି । ଗ୍ରାମର ଉପର ମୁଣ୍ଡରେ ପାହାଡ଼ ରହିଥିବା ବେଳେ ଅତଡ଼ା ଖସିବା ଦେଖି ପାହାଡ଼ ପାଦ ଦେଶରେ ରହୁଥିବା କିଛି ପରିବାର ଘର ଛାଡ଼ି ସ୍ଥାନୀୟ ଏକ ଚର୍ଚ୍ଚରେ ଯାଇ ଆଶ୍ରୟ ନେଇଥିବା ସୂଚନା ଦେଇଛନ୍ତି ସେଠିକାର ବାସିନ୍ଦା ।