ପୁଣି ଶାଶୁ ଘର ଆଗରେ ତପସ୍ୱିନୀଙ୍କ ଧାରଣା
ପୁଣି ଶାଶୁ ଘର ଆଗରେ ତପସ୍ୱିନୀଙ୍କ ଧାରଣା
ବ୍ରହ୍ମପୁର: ନୂଆ ଟ୍ଵିଷ୍ଟ। ପୁଣି ଶାଶୁ ଘର ଆଗରେ ବସିଲେ ବୋହୂ ତପସ୍ୱିନୀ ଦାସ ଓରଫ ଡ଼ିମ୍ପଲ । ଡିମ୍ପଲ- ସୁମିତ ପାରିବାରିକ ବିବାଦ ଏବେ ଆଉ ଏକ ମୋଡ଼ ନେଇଛି। ଡିମ୍ପଲଙ୍କ ପିଟିସନ ଖାରଜ କଲେ କୋର୍ଟ। ଶାଶୂଘରେ ରହିବାକୁ ଅନୁମତି ଦେଲେନି SDJM । ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଲେ । କୋର୍ଟଙ୍କ ଏଭଳି ରାୟ ପରେ ପୁଣି ସୁମିତଙ୍କ ଘର ଆଗରେ ବସିଛନ୍ତି ଡିମ୍ପଲ ।
ସମାଜସେବୀ ପ୍ରମିଳାଙ୍କ ସହ ସୁମିତଙ୍କ ଘର ଆଗରେ ଧାରଣାରେ ବସିରହିଛନ୍ତି ଡ଼ିମ୍ପଲ । ସେ କହିଛନ୍ତି ଯେପର୍ୟ୍ୟନ୍ତ ନ୍ୟାୟ ନମିଳିଛି ସେ ପର୍ୟ୍ୟନ୍ତ ସେ କୁଆଡେ ଯିବେନିହିଁ । ସୂଚନା ମୁତାବକ କୋର୍ଟକୁ ଏକ ଅନୁମତି ମାଗିଥିଲେ ଡ଼ିମ୍ପଲ । ସେ ସ୍ୱାମୀ ଘର ଆଗରେ ଧାରଣାରେ ବସି ରହିବାକୁ ଅନୁମତି ମାଗିଥିଲେ କିନ୍ତୁ କୋର୍ଟ ଏହାକୁ ଖାରଜ କରିଦେଇଥିଲେ ।
ଏହାପୂର୍ବରୁ ମଧ୍ୟ ନିଜକୁ ବୋହୁ ବୋଲି ଦାବି କରି ବ୍ରହ୍ମାନଗର ଦ୍ବିତୀୟ ଲେନ୍ରେ ୧୧ ଦିନ ଧରି ଧାରଣାରେ ବସିଥିଲେ ତପସ୍ବିନୀ । ଏହାପରେ କୋର୍ଟ ଉଭୟଙ୍କୁ ୭ ମିଶି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସୁମିତ ଗତ ୭ ଦିନ ହେଲା ତପସ୍ବିନୀଙ୍କୁ ଛାଡ଼ି ଆସିବାରୁ ଏବେ ପୁନଃ ତପସ୍ବିନୀଙ୍କୁ ଧାରଣାରେ ବସିବାକୁ ପଡ଼ିଛି ।




admin 