ପୁନିତଙ୍କ ଡାକ୍ତରଙ୍କ ପାଇଁ ସୁରକ୍ଷା ଲୋଡ଼ିଲା ସଂଘ

ପୁନିତଙ୍କ ଡାକ୍ତରଙ୍କ ପାଇଁ ସୁରକ୍ଷା ଲୋଡ଼ିଲା ସଂଘ

ପୁନିତଙ୍କ ଡାକ୍ତରଙ୍କ ପାଇଁ ସୁରକ୍ଷା ଲୋଡ଼ିଲା ସଂଘ

ବେଙ୍ଗାଲୁରୁ: ହୃଦଘାତରେ କନ୍ନଡ଼ ଷ୍ଟାର୍‌ ପୁନିତ ରାଜକୁମାରଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଫ୍ୟାନ୍। ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ପୁନିତଙ୍କ ମୃତ୍ୟୁ ହେଲା ବୋଲି ଚର୍ଚ୍ଚା ଜୋର ଧରିଛି। ଏଥିନିମନ୍ତେ ଅନେକ ତାଙ୍କ ଫ୍ୟାମିଲି ଡାକ୍ତର ରମନ ରାଓଙ୍କୁ ଦାୟୀ କରିଛନ୍ତି। ପୁନିତଙ୍କ ଫ୍ୟାନ୍ସ ଡାକ୍ତର ରମନ ରାଓଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଆକ୍ଷେପମୂଳକ ମନ୍ତବ୍ୟ ଦେଉଛନ୍ତି। ତେଣୁ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି କର୍ଣ୍ଣାଟକର ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ସଂଘ । 

ଅକ୍ଟୋବର ୨୯ ତାରିଖରେ ପୁନିତ ହୃଦଘାତର ଶିକାର ହୋଇଥିବା ଦିନ  ରାମନା ରାଓଙ୍କୁ ତାଙ୍କ କ୍ଲିନିକରେ ଭେଟିଥିଲେ।  ହୁଏତ ସେତେବେଳେ ଉପଯୁକ୍ତ ଚିକିତ୍ସା ମିଳିଥିଲେ ପୁନିତ ଆଜି ଜୀବିତ ଥା’ନ୍ତେ। ତେଣୁ ତାଙ୍କ ମୃତ୍ୟୁ ପାଇଁ ଡାକ୍ତର ରମନଙ୍କୁ ହିଁ ଦାୟୀ କରିଛନ୍ତି ପୁନିତଙ୍କ ଫ୍ୟାନ୍ସ।

ପୁନିତଙ୍କ ମୃତ୍ୟୁ ପରଠୁ ବିଭିନ୍ନ ସମାଲୋଚନାର ଶିକାର ହେଉଥିବା ଡାକ୍ତର ରମନ ସହ ଏବେ ଛିଡ଼ା ହୋଇଛି କର୍ଣ୍ଣାଟକର ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ସଂଘ। ପୁନିତଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି ହୋଇଥିବା ବେଳେ ଏଥିନିମନ୍ତେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଦାୟୀ କରିବା ସମ୍ପୂର୍ଣ୍ଣ ନିନ୍ଦନୀୟ ବୋଲି ସଂଘ କହିଛି।

ଏହି ଘଟଣାକୁ ନେଇ ଯେଉଁପରି ଭାବେ ଡାକ୍ତରଙ୍କୁ ଆକ୍ଷେପ କରି  ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଉଛି, ତାହା ସେମାନଙ୍କୁ ମାନସିକ ଭାବେ ବିଚଳିତ କରିଦେଉଛି। ତେଣୁ ଏହି ଘଟଣାର ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି।