ଆର୍ୟନଙ୍କୁ ସୁଚିନ୍ତିତ ଭାବେ ଅପହରଣ କରାଯାଇଥିଲା: ନୱାବ୍

ଆର୍ୟନଙ୍କୁ ସୁଚିନ୍ତିତ ଭାବେ ଅପହରଣ କରାଯାଇଥିଲା: ନୱାବ୍

ଆର୍ୟନଙ୍କୁ ସୁଚିନ୍ତିତ ଭାବେ ଅପହରଣ କରାଯାଇଥିଲା: ନୱାବ୍

ମୁମ୍ବାଇ: ଶାହରୁଖ ଖାଁଙ୍କ ପୁଅ ଆର୍ୟନଙ୍କୁ ଅପହରଣ କରାଯାଇଥିଲା। ବଟି ଆଦାୟ କରିବା ପାଇଁ ତାଙ୍କୁ ଅପହରଣ କରାଯାଇଥିଲା। ଆଉ ଏହାର ମାଷ୍ଟର ମାଇଣ୍ଡ ହେଉଛନ୍ତି ବିଜେପି ନେତା ମୋହିତ କମ୍ବୋଜ।  ଆଜି ପୁଣି ଥରେ ଏମିତି ବିସ୍ଫୋରକ ବୟାନ ଦେଇଛନ୍ତି ଏନ୍ସିପି ନେତା ତଥା ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, କ୍ରୁଜ୍ ପାର୍ଟି ପାଇଁ ଆର୍ୟନ ଖାଁ ଟିକେଟ୍ କିଣି ନଥିଲେ। ପ୍ରତୀକ ଗାବା ଓ ଅମୀର ଫର୍ଣ୍ଣିଚରୱାଲା ତାଙ୍କୁ ସେଠାକୁ ନେଇ ଯାଇଥିଲେ। ଏହା ଏକ ଅପହରଣ ଓ ବଟି ଆଦାୟ କରିବା ମାମଲା। ମୋହିତ କମ୍ବୋଜ ହେଉଛନ୍ତି ଏହାର ମାଷ୍ଟର ମାଇଣ୍ଡ। ବଟି ଆଦାୟ କରିବାରେ ସେ ହେଉଛନ୍ତି ସମୀର ୱାଙ୍ଖେଡେଙ୍କ ପାର୍ଟନର।

ମୋହିତ ଓ ସମୀର ଖୁବ୍ ଘନିଷ୍ଠ। ଅକ୍ଟୋବର ୭ ତାରିଖ ରାତିରେ ଏକ ଶ୍ମଶାନ ନିକଟରେ ସେମାନଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ତେବେ ଏକଥା ଜଣାପଡ଼ିବା ପରେ ସମୀର ଭୟଭୀତ ହୋଇଯାଇଥିଲେ ଓ ପୁଲିସ୍ ତାଙ୍କ ପଛରେ ପଡ଼ିଯାଇଛି ବୋଲି ଅଭିଯୋଗ କରିଥିଲେ। 

ନବାବ କହିଛନ୍ତି, ଏହି ମାମଲାରେ ପ୍ରଥମ ଦିନରୁ ଶାହରୁଖ ଖାଁଙ୍କୁ ଧମକ ଦିଆଯାଉଥିଲା। ତାଙ୍କୁ ଚୁପ୍ ରହିବାକୁ କୁହାଯାଇଥିଲା। ମୁଁ ଅନୁରୋଧ କରୁଛି ସେ (ଶାହରୁଖ) ସାମ୍ନାକୁ ଆସନ୍ତୁ ଓ ସବୁ କଥା କୁହନ୍ତୁ। ଅପହୃତ ହୋଇଥିବା ପୁଅକୁ ଉଦ୍ଧାର କରିବାକୁ ଟଙ୍କା ଦେବା ଅପରାଧ ନୁହେଁ।

ସେ କହିଛନ୍ତି, କ୍ରୁଜ୍ ପାର୍ଟିରୁ ରିଷଭ ସଚଦେବ, ପ୍ରତୀକ ଗାବା ଓ ଅମୀର ଫର୍ଣ୍ଣିଚରୱାଲା ବି ଧରାପଡ଼ିଥିଲେ। ସେମାନଙ୍କୁ ଏନ୍ସିବି ଅଟକ ରଖିବା ପରେ ଛାଡ଼ି ଦେଇଥିଲା। ରିଷଭ ସଚଦେବ ହେଉଛନ୍ତି ବିଜେପି ନେତା ମୋହିତ କମ୍ବୋଜଙ୍କ ଶାଳକ।