ପ୍ରଣବଙ୍କ ସହ ଥିବାବେଳେ ଦିବ୍ୟଙ୍କ ଗାଡ଼ିକୁ ଅଣ୍ଡାମାଡ଼

ପ୍ରଣବଙ୍କ ସହ ଥିବାବେଳେ ଦିବ୍ୟଙ୍କ ଗାଡ଼ିକୁ ଅଣ୍ଡାମାଡ଼

ପ୍ରଣବଙ୍କ ସହ ଥିବାବେଳେ ଦିବ୍ୟଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଜୁନାଗଡ଼: ମମିତା ମେହେର ହତ୍ୟାକାଣ୍ଡ ନେଇ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର  ବାରମ୍ବାର ବିରୋଧୀଙ୍କ ଆକ୍ରୋଶର ଶିକାର ହୋଇଆସୁଛନ୍ତି। ଗତ କିଛି ଦିନହେଲା ତାଙ୍କୁ ବିଭିନ୍ନ ସ୍ଥାନରେ କଳାପତକା ପ୍ରଦର୍ଶନ କରାଯାଉଥିବାବେଳେ ଆଜି ଜୁନାଗଡ଼ରେ ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଥିବା ଜଣାଯାଇଛି।  ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ମନ୍ତ୍ରୀ ଶ୍ରୀ ମିଶ୍ର ଯାଉଥିବାବେଳେ ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି।  ଉଭୟେ ଯାଉଥିବା ଗାଡ଼ି ଉପରକୁ କଲେଜ ଛକ ନିକଟରେ ଅଣ୍ଡାମାଡ଼ କରାଯାଇଛି। ଉଭୟ ବିଜେଡିର ଏକ ମିଶ୍ରଣ ପର୍ବରେ ଯୋଗଦେବାକୁ ଯାଉଥିବାବେଳେ ଅଣ୍ଡାମାଡ଼ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉଭୟ ବିଜେଡି-ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାଯାଇଛି ।

ପ୍ରକାଶ ଯେ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଗତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା । ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତାଙ୍କୁ କଳାପତାକା ପ୍ରଦର୍ଶନ  କରାଯାଇଥିଲା । ଭବାନୀପାଟଣାର ନକଟିଗୁଡ଼ାରେ ଗତକାଲି  ସନ୍ଧ୍ୟାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ ପକ୍ଷରୁ ମଧ୍ୟ ଆନ୍ଦୋଳନ, ଅଣ୍ଡାମାଡ଼ ପ୍ରତିବାଦ ଜାରି ରହିଛି। ଆସନ୍ତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ କରିବା କାର୍ଯ୍ୟକ୍ରମ ଥିବାବେଳେ ଉଭୟ ବିଜେପି ଓ କଂଗ୍ରେସ ଏହାକୁ ବିରୋଧ କରିବେ ବୋଲି କହିଛନ୍ତି। କଂଗ୍ରେସ ନେତା ଭକ୍ତ ଦାସ ଆସନ୍ତକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଜିଲ୍ଲାବାସୀ ପ୍ରତିବାଦ ସ୍ୱରୂପ ଜନତା କରଫ୍ୟୁ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି।

ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଯେତେ ଦିନ ପର୍ୟ୍ୟନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରା ନ ଯାଇଛି ଓ ଘଟଣାର ସିବିଆଇ ତଦନ୍ତ କରିବାକୁ ସୁପାରିସ ନ କରାଯାଇଛି, ସେତେଦିନ ପର୍ୟ୍ୟନ୍ତ ଦଳ ଆନ୍ଦୋଳନ ଜାରି ରଖିବ। ଆସନ୍ତା ୮ ତାରିଖରୁ ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରିବ ବୋଲି ସେ କହିଛନ୍ତି।