ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ପୋଡ଼ାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ମଙ୍ଗ ଗାଁର ଦୁଇ ଭଉଣୀଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଯାଇଛି। 

ମୃତ ଦୁଇ ଭଉଣୀ ହେଲେ ରାଜେଶ୍ୱରୀ ପଡ଼ିଆମୀ ଓ ଶିବାନୀ ପଡ଼ିଆମୀ। ରାଜେଶ୍ୱରୀକୁ ମାତ୍ର ୮ ବର୍ଷ ହୋଇଥିବା ବେଳେ ଶିବାନୀକୁ ୨ ବର୍ଷ ହୋଇଥିଲା।

 ପ୍ରକାଶ ପଡ଼ିଆମୀ ଓ ତାଙ୍କ ପତ୍ନୀ ରାମେ ପଡ଼ିଆମୀ ଜମିକୁ କାମ କରିବାକୁ ଯାଇଥିଲେ। ଘରେ ଦୁଇ ଝିଅ- ରାଜେଶ୍ୱରୀ ଓ ଶିବାନୀ ଥିଲେ। ଦୁହେଁ ଖେଳୁ ଖେଳୁ ଘର ପାଖ ପୋଖରୀରେ ବୁଡ଼ି ଯାଇଥିଲେ ବୋଲି କୁହାଯାଉଛି।

ଖବର ପାଇ ପ୍ରକାଶ ଓ ରାମେ ଆସି ଗାଁ ଲୋକଙ୍କ ସହାୟତାରେ ସେମାନଙ୍କୁ ପୋଖରୀରୁ ଉଦ୍ଧାର କରି ମାଲକାନଗିରି ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।