ପୌର ନିର୍ବାଚନରେ ବିଜେପିକୁ ସଫଳ କର

ପୌର ନିର୍ବାଚନରେ ବିଜେପିକୁ ସଫଳ କର

ପୌର ନିର୍ବାଚନରେ ବିଜେପିକୁ ସଫଳ କର
ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ପୌର ତି୍ରସ୍ତରୀୟ ପଞ୍ଚାୟତ ଏବଂ ସାଧାରଣ ନିର୍ବାଚନରେ ବିଜେପିକୁ କିଭଳି ସଫଳତା ମିଳିବ ସେ ନେଇ ରାଜ୍ୟ ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ ବିଜେପି କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ସୋମବାର ବିଜେପି ପକ୍ଷରୁ ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ଓଡ଼ିଶା ପ୍ରଭାରୀ ଡି.ପୁରନେ୍ଦଶ୍ୱରୀଜୀ କହିଛନ୍ତି ଯେ ଓଡ଼ିଶାରେ ବିଜେପି ପାଇଁ ବହୁ ସୁଯୋଗ ରହିଛି । ଜନସାଧାରଣଙ୍କ ମଧ୍ୟରେ ସରକାର ଦୁର୍ନୀତି ପେଡିକୁ ଖୋଲିବାକୁ ପଡ଼ିବ । ସବୁ କର୍ମକର୍ତ୍ତା ଆନ୍ତରିକତାର ସହ କାର୍ଯ୍ୟ କଲେ ସଫଳ ନିଶ୍ଚିତ ମିଳିବ । ସେ କହିଥିଲେ ଚଳିତ ମାସ ୨୬ ତାରିଖକୁ ବିଜେପି ରାଜ୍ୟ ଜିଲ୍ଲା ଏବଂ ମଣ୍ଡଳ ସ୍ତରରେ ସମ୍ବିଧାନ ଦିବସ ପାଳନ କରିବ । ବାବାସାହେବ ଡ.ଆମ୍ବେଦକରଙ୍କ ଜନ୍ମ, ଶିକ୍ଷା, କର୍ମଭୂମି ଦୀକ୍ଷାଭୂମି ଓ ସମାଧୀସ୍ଥଳୀ ପ୍ରତି ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ସେ ସବୁ ସ୍ଥାନକୁ ପଞ୍ଚତୀର୍ଥରେ ପରିଣତ କରିଥିବାରୁ ଶ୍ରୀ ମୋଦିଜୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମରେ ସହପ୍ରଭାରୀ ବିଜୟ ପାଲ ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ସାମିଲ ଥିଲେ । ଏହି ଉତ୍ସବକୁ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ସଂଯୋଜନା କରିଥିବା ବେଳେ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।