ପ୍ରଦୀପ ହେଲେ ବିଜେଡିର
ପ୍ରଦୀପ ହେଲେ ବିଜେଡିର
ନବରଙ୍ଗପୁର: ଆଜି ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝି । ଗତ କିଛି ଦିନ ତଳେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ତେବେ ଆଜି ନବରଙ୍ଗପୁର ସହର ସର୍କିଟ ହାଉସ ପଡିଆରେ ବିଜେଡି ପକ୍ଷରୁ ପ୍ରସ୍ତୁତ ହୋଇଥିବା ମଞ୍ଚରେ ପହଁଚି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ପ୍ରଦୀପ ମାଝିଙ୍କ ସହ ତାଙ୍କ ସମର୍ଥକ ମାନେ ମଧ୍ୟ ବିଜେଡି ଯୋଗ ଦେଇଛନ୍ତି ।
ଏହି ମିଶ୍ରଣ ପର୍ବରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସାଂସଦ ରମେଶ ମାଝିଙ୍କ ସହ ଜିଲ୍ଲାର ଅନ୍ୟ ବରିଷ୍ଠ ନେତାମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।




admin 