ପ୍ରଦୂଷଣ ବ୍ୟାପିଲେ ରଦ୍ଧ ହେବ ପଞ୍ଜୀକରଣ

ପ୍ରଦୂଷଣ ବ୍ୟାପିଲେ ରଦ୍ଧ ହେବ ପଞ୍ଜୀକରଣ

ପ୍ରଦୂଷଣ ବ୍ୟାପିଲେ ରଦ୍ଧ ହେବ ପଞ୍ଜୀକରଣ
ନୂଆଦିଲ୍ଲୀ: ଆଗାମୀ ନୂଆବର୍ଷ ଠାରୁ ପ୍ରଦୂଶଣ ପ୍ରମାଣପତ୍ରକୁ ଅଣଦେଖା କଲେ କାର ଚାଳକମାନଙ୍କୁ ମହଙ୍ଗା ସାବ୍ୟସ୍ତ ହେବ । ସଡ଼କ ଉପରେ ଧୂଅାଁ ବାହାରୁଥିବା କାର ଗୁଡ଼ିକର ପଞ୍ଜୀକରଣ ରଦ୍ଧ କରି ଦିଆଯିବ । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏ ନେଇ କଠୋର ପଦେକ୍ଷପ ଗ୍ରହଣ କରାଯାଉଛି । ମନ୍ତ୍ରାଳୟ ପକ୍ଷରୁ ହସ୍ତଗତ ସୂଚନା ଅନୁଯାୟୀ, ସରକାରଙ୍କ ଦ୍ୱାରା ଯାଞ୍ଚ କେନ୍ଦ୍ର ଉପରେ ଅଙ୍କୁଶ ଲଗାଯିବା ସହିତ ସମସ୍ତ ପ୍ରକି୍ରୟାକୁ ଅନଲାଇନ କରିଦିଆଯାଇଛି । ଏ ନେଇ ଚିଠା ବିଜ୍ଞପ୍ତି ଜାରି କରାଯାଇ ଆପତ୍ତି ଓ ମତାମତ ଲୋଡ଼ା ଯାଇଛି । ଦୁଇ ମାସ ପରେ ପ୍ରଦୂଷଣ ଯାଞ୍ଚ ପ୍ରକି୍ରୟାକୁ ଅନଲାଇନ କରିଦିଆଯିବ । ଅନଲାଇନ ପ୍ରଦୂଷଣ ଯାଞ୍ଚରେ ଯାଞ୍ଚ କେନ୍ଦ୍ର, ପ୍ରଦୂଷଣ ପ୍ରମାଣ ପତ୍ର, ଗାଡ଼ି ଚାଳକ ଏବଂ ଗାଡ଼ି ଗୁଡ଼ିକର ସୂଚନା ଆଧାରିତ ଜାତୀୟ ମୋଟର ବାହାନ ରେଜିଷ୍ଟ୍ରାର ଡାଟାବେସ ଉପଲବ୍ଧ ହେବ । ନୂଆ ବ୍ୟବସ୍ଥାରେ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର କର୍ମଚାରୀଙ୍କ ଡାଟାବେସରେ କାର ମାଲିକଙ୍କ ମୋବାଇଲ ନମ୍ବର ମଧ୍ୟ ରହିବ । ଏହା ପରେ ଏସଏମଏସରୁ ଓଟିପି ଆସିବ । ତା ପରେ ହିଁ ପ୍ରଦୂଷଣ ଯାଞ୍ଚ ଫର୍ମ ଖୋଲିବ ବୋଲି ଜଣାପଡ଼ିଛି ।