ପ୍ରିୟଙ୍କା ଗାନ୍ଧି ଗିରଫ

ପ୍ରିୟଙ୍କା ଗାନ୍ଧି ଗିରଫ

ପ୍ରିୟଙ୍କା ଗାନ୍ଧି ଗିରଫ


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସ୍ଥିତି ବିଗିଡିବାରେ ଲାଗିଛି । କଂଗ୍ରେସର ସସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କୁ ଗିରଫ କରାଯାଇଛି । ଆଜି ପ୍ରାୟ ଭୋର ସାଢେ ୪ଟା ସମୟରେ ସୀତାପୁରରେ ଉତ୍ତରପ୍ରଦେଶ ପୋଲିସ ପ୍ରିୟଙ୍କାଙ୍କୁ ଗିରଫ କରିଛି । ଏ ନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ପି. ଚିଦାମ୍ବରମ । ଏହା ସହିତ ଏପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ କୋର୍ଟ ଚାଲାଣ କରାଯାଇନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଲଖିମପୁର ଖେରି ଠାରେ ହୋଇଥିବା ହିଂସାକୁ ନେଇ ଏବେ ପୁରା ଦେଶରେ ରାଜନୀତି ସରଗରମ ହେବାରେ ଲାଗିଛି । ସେଠାରେ ବିରୋଧୀ ଦଳ ନେତାମାନେ ପହଂଚି କୃଷକଙ୍କ ପରିବାରକୁ ସମବେଦନା ଜଣାଇବାକୁ ଚାହୁଁଥିବା ବେଳେ ପୋଲିସ ସେମାନଙ୍କୁ ସେଠାକୁ ଯିବାକୁ ଦେଉନାହିଁ  । ଗତକାଲି ପୋଲିସ ପ୍ରିୟଙ୍କାଙ୍କ ସହ ଅନ୍ୟ କର୍ମୀ ମାନଙ୍କୁ ଅଟକ ରଖିଥିଲା । ଗତକାଲି ପ୍ରିୟଙ୍କା ଝାଡୁ ମାରୁଥିବା ଫଟୋ ଦେଖିବାକୁ ମିଳଥିଲା । ଏହ ସହିତ ପ୍ରିୟଙ୍କା ପୋଲିସ୍ କର୍ମଚାରୀଙ୍କ ସହ ଯୁକ୍ତି ତର୍କ କରୁଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା ।