ପ୍ରେଗ୍ନେନ୍ସି ସମୟରେ ପାଇଲ୍ସ ସିମସ୍ୟାରୁ କିପରି ପାଇବେ ମୁକ୍ତି
ପ୍ରେଗ୍ନେନ୍ସି ସମୟରେ ପାଇଲ୍ସ ସିମସ୍ୟାରୁ କିପରି ପାଇବେ ମୁକ୍ତି
ଭୁବନେଶ୍ୱର: ମହିଳା ଟିଏ ପେଗନେଣ୍ଟ ହେଲେ ଘରେ ଖୁସିର ବାତାବରଣ ସୃଷ୍ଟି ହୋଇଥାଏ । ଏହି ସମୟରେ ହେବାକୁ ଯାଉଥିବା ମା’ର ଅଧିକ ଯତ୍ନ ନେବା ଆବଶ୍ୟକ ଖାଦ୍ୟ ପେୟରେ ଯତ୍ନବାନ ହେବା ସହ ସ୍ୱାସ୍ଥ୍ୟର ସଠିକ ଧ୍ୟାନ ରଖିବା ମଧ୍ୟ ଆବଶ୍ୟକ । ସମୟ ସମୟରେ ମା ଓ ପିଲାର ସ୍ବାସ୍ଥ୍ୟବାସ୍ଥା ଯାଞ୍ଚ କରିବାକୁ ପଡେ। ଏହି ସମୟରେ ମହିଳା ମାନଙ୍କୁ ଅଧିକ ଯତ୍ନ ନେବାକୁ ପରାମର୍ଶ ଦିଆଯାଏ। ତେବେ ଗର୍ଭାବସ୍ଥାରେ ରକ୍ତହୀନତା, ଆଇରନ୍ କମିଯିବା, ଅଣ୍ଟାରେ ଯନ୍ତ୍ରଣା ହେବା ଭଳି ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ। ଏହି ସମୟରେ ମହିଳାମାନଙ୍କ ଠାରେ ପ୍ରାୟତଃ ପାଇଲ୍ସ ଜନିତ ସମସ୍ୟା ଦେଖାଦିଏ । ଏହାର କାରଣ ହେଉଛି ଗର୍ଭାବସ୍ଥାରେ ଗର୍ଭାଶୟର ଆକାର ବଢ଼ିଯାଇଥାଏ । ଏହି କାରଣରୁ, ପାଇଲ୍ସ ହୋଇଥିବା ଜାଗାରେ ଚାପ ପଡିଥାଏ, ଯେଉଁ କାରଣରୁ ରକ୍ତ ପ୍ରବାହ ବଢିଥାଏ । ଏହି ସମସ୍ୟା ଗର୍ଭଧାରଣର 17-18 ତମ ସପ୍ତାହରେ ଆରମ୍ଭ ହୁଏ ।
ଏହି ସମୟରେ ମହିଳାଙ୍କୁ କୋଷ୍ଠକାଠିନ୍ୟ ସମସ୍ୟାର ସାମ୍ନା କରିବାକୁ ପଡେ । ଯାହା ଦ୍ଵାରା ମଳ ତ୍ୟାଗ ଯିବା ସମୟରେ ବ୍ୟଥା ଠାରୁ ଆରମ୍ଭ କରି ରକ୍ତ ପଡିବା ଭଳି ସମସ୍ୟା ଦେଖାଦିଏ। ଯଦି ଆପଣ ମଧ୍ୟ ପାଇଲ୍ସ ଦ୍ୱାରା ଅସୁବିଧାରେ ପଡିଛନ୍ତି ତେବେ ଆପଣ ଏହି ସମସ୍ୟାରୁ ବହୁ ପରିମାଣରେ ଆରାମ ପାଇପାରିବେ । ଏଥିପାଇଁ ଆପଣଙ୍କୁ କେବଳ କିଛି ଘରୋଇ ଉପଚାର ବ୍ୟବହାର କରିବାକୁ ପଡିବ ।
ଲକ୍ଷଣ-
-ମଳ ଦ୍ଵାରରେ ରକ୍ତ ପଡିବା
-ଏହା ବ୍ୟତୀତ ମଳ ଦ୍ଵାର ନିକଟରେ ଚର୍ମ ବଢିବା
-କୁଣ୍ଡେଇ ହେବା
-ଜଳିବା
-ଫୁଲିବା
ଗର୍ଭାବସ୍ଥାରେ ପାଇଲ୍ସରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର;
ଗର୍ଭାବସ୍ଥାରେ ଜଣେ ମହିଳା ଦିନସାରା ଅତି କମରେ 10 ଗ୍ଲାସ୍ ପାଣି ପିଇବା ଉଚିତ୍ । ଏହା ମେଟାବୋଲିଜିମ୍ ସନ୍ତୁଳିତ ରଖେ
କୋଷ୍ଠକାଠିନ୍ୟର ସମସ୍ୟାକୁ ଦୂର କରିବାକୁ, ଖାଦ୍ୟରେ ଅନେକ ଫାଇବର ଅନ୍ତର୍ଭୂକ୍ତ କରନ୍ତୁ ।
ଦିନକୁ ଦୁଇଥର ଘି-କୁଆଁରୀ ବା ଆଲୋଭେରାକୁ ଚୋପା ଛଡାଇ ସିଧାସଳଖ ପାଇଲ୍ସ ସ୍ଥାନରେ ଲଗାନ୍ତୁ। କିନ୍ତୁ ସୁଗନ୍ଧ ଯୁକ୍ତ ଆଲୋଭେରା ଜେଲ୍ ଓ କ୍ରିମ୍ ବ୍ୟବହାର କରନ୍ତୁ ନାହିଁ।
ଆପଣ ପ୍ରତିଦିନ ବ୍ୟାୟାମ ଏବଂ ଯୋଗ ଅନ୍ତର୍ଭୂକ୍ତ କରନ୍ତୁ। ଏହା କେବଳ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବ ନାହିଁ ବରଂ ପାଇଲ୍ସରୁ ମଧ୍ୟ ଆରାମ ପାଇବେ ।
ଆଳୁରସ ରେ କିଛି ପାଣି ବା ଲେମ୍ବୁରସ ମିଶାଇ ତାକୁ ତୁଳା ସାହାଯ୍ୟରେ ଉକ୍ତ ସ୍ଥାନରେ ଲଗାଇବା ଦ୍ବାରା ଇରିଟେସନ୍ରୁ ମୁକ୍ତି ମିଳେ। ଡାକ୍ତର ପରାମର୍ଶରେ ଖାଦ୍ୟ ସପ୍ଲିମେଣ୍ଟ ନେଇପାରିବେ ଯାହା ଆପଣଙ୍କ ଝାଡାକୁ କଠିନ ହେବାରୁ ରୋକିବ।
ମଳ ତ୍ୟାଗ କରିବା ବନ୍ଦ କରନ୍ତୁ ନାହିଁ । ତୁରନ୍ତ ୱାଶରୁମକୁ ଯାଆନ୍ତୁ । ଏହା ବ୍ୟତୀତ, ମଳ ତ୍ୟାଗ କରିବା ସମୟରେ ବଳ ପ୍ରୟୋଗ କରନ୍ତୁ ନାହିଁ ।
ଜଣେ ଗର୍ଭବତୀ ମହିଳା ଦୀର୍ଘ ସମୟ ଧରି ଠିଆ ହେବା, ବସିବା କିମ୍ବା ଶୋଇବା ଉଚିତ୍ ନୁହେଁ ।ପେଟରେ ଥିବା ଶିଶୁର ଅବସ୍ଥା ଖରାପ ହୋଇପାରେ। ଯଦି ଆପଣ ଏହି ପ୍ରତିକାରଗୁଡିକ ଚେଷ୍ଟା କରନ୍ତି, ତେବେ ଆପଣ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବେ ଏବଂ ପାଇଲ୍ସରୁ ରକ୍ଷା ପାଇବ ।




admin 