ଫ୍ରାନ୍ସରୁ ଆସିଲା ଆଉ ୩ଟା ରାଫେଲ

ଫ୍ରାନ୍ସରୁ ଆସିଲା ଆଉ ୩ଟା ରାଫେଲ

ଫ୍ରାନ୍ସରୁ ଆସିଲା ଆଉ ୩ଟା  ରାଫେଲ
ନୂଆଦିଲ୍ଲୀ: ଫ୍ରାନ୍ସରୁ ଆସିଥିବା ୩ଟି ରାଫେଲ ଲଢ଼ୁଆ ବିମାନ ବୁଧବାର ରାତି ଭାରତରେ ପହଂଚିଛି । ଏହି ରାଫେଲ ଗୁଜରାଟର ଜାମନଗର ଏୟାରବେସ୍‌ରେ ଅବତରଣ କରିଛି ।ଏହି ୩ଟି ରାଫେଲ ବିମାନ ଭାରତ ଆସିବା ପରେ ଏବେ ମୋଟ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଫ୍ରାନ୍ସରୁ ଉଡ଼ିଥିବା ବିମାନ ଗୁଡ଼ିକ ୟୁଏଇ ରାସ୍ତାରେ ଭାରତ ପହଂଚିଥିଲେ । ଅଧ ବାଟରେ ୟୁଏଇ ବାୟୁସେନା ସାହାଯ୍ୟରେ ରାଫେଲ ବିମାନରେ ବିମାନରେ ଆକାଶରେ ଇନ୍ଧନ ଭର୍ତ୍ତି କରାଯାଇଥିଲା । ସରକାରୀ ସୂତ୍ର ଅନୁସାରେ ଚଳିତ ଏପ୍ରିଲ ମାସରେ ଫ୍ରାନ୍ସରୁ ଆହୁରି ୭ରୁ ୮ଟି ରାଫେଲ ବିମାନ ଆସିବ । ଏହା ଦ୍ୱାରା ଆମ ପାଖରେ ଲଢୁଆ ବିମାନ ସଂଖ୍ୟା ଆହୁରି ବଢ଼ିଯିବ । ସୂଚନାଯୋଗ୍ୟ, ଗତ ବର୍ଷ ଜୁଲାଇ-ଅଗଷ୍ଟରେ ଭାରତକୁ ଫ୍ରାନ୍ସ ରାଫେଲ ଲଢୁଆ ବିମାନ ଦେବା ପ୍ରକ୍ରିୟା ଆରମ୍ଭ କରିଥିଲା । ପ୍ରଥମେ ଏହାକୁ ଫ୍ରାନ୍ସରେ ମିଳିଥିଲା । କିନ୍ତୁ ଏବେ ବାୟୁସେନାର ସୈନିକମାନେ ତାଲିମ ନେବା ପରେ ଏହା ଏବେ ଭାରତ ଆସୁଛି ।