ବାବୁସାନ-ତୃପ୍ତିଙ୍କ ଅଷ୍ଟମ ଶ୍ରେଣୀର ପ୍ରେମ

ବାବୁସାନ-ତୃପ୍ତିଙ୍କ ଅଷ୍ଟମ ଶ୍ରେଣୀର ପ୍ରେମ

ବାବୁସାନ-ତୃପ୍ତିଙ୍କ ଅଷ୍ଟମ ଶ୍ରେଣୀର ପ୍ରେମ

ଭୁବନେଶ୍ୱର : ବାବୁସାନ ଓ ତାଙ୍କ ସ୍ତ୍ରୀ ତୃପ୍ତି ଅଷ୍ଟମ ଶ୍ରେଣୀରୁ ଭଲ ପାଉଥିଲେ । ଦୀର୍ଘଦିନର ଭଲ ପାଇବା ପରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ  । ଅପରାଜିତା ଓ ଉତମ ମହାନ୍ତିଙ୍କ ପୁଅ ହିରୋ ହେବାପରେ ବି ବାବୁସାନଙ୍କର ଭଲ ପାଇବା କମିନଥିଲା  । କିନ୍ତୁ ଏବେ ଥାଡର଼୍ ପର୍ସନ ପାଇଁ ତାଙ୍କର ସଂସାର ଭାଙ୍ଗିଗଲା । ଏକଥା କହିଛନ୍ତି ତୃପ୍ତି   । 

ବାବୁସାନଙ୍କୁ ବ୍ଲାକମେଲ କରୁଛନ୍ତି ପ୍ରକୃତି ମିଶ୍ର  । ପ୍ରକୃତିଙ୍କୁ ଛାଡ଼ିଦେବାକୁ ବାବୁସାନଙ୍କୁ ମୁଁ ବାରମ୍ବାର କହିଛି  । କିନ୍ତୁ ପ୍ରକୃତି ତାଙ୍କୁ ବ୍ଲାକମେଲ କରୁଥିବାରୁ ସେ ଛାଡ଼ିପାରୁନଥିଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଛି ବୋଲି କହିଛନ୍ତି ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥି ।

ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ସମ୍ପର୍କର ଗୁମର ଖୋଲିଛନ୍ତି ତୃପ୍ତି ଶତପଥି । ସେ କହିଛନ୍ତିଯେ, ସେ ବାବୁସାନ ଓ ପ୍ରକୃତିଙ୍କୁ ୪ ଥର ଧରିଛନ୍ତି । ଏନେଇ ସେ ଶାଶୁ ଅପରାଜିତା ମହାନ୍ତିଙ୍କୁ ବି ଜଣାଇଥିଲେ  । ଶାଶୁ ଏକଥା ଜାଣିବା ପରେ ବାବୁସାନଙ୍କୁ ବି ଗାଳି କରିଥିଲେ  । ମନ୍ମଥ ମିଶ୍ରଙ୍କୁ ମଧ୍ୟ ଗାଳି କରିଥିଲେ ବୋଲି ତୃପ୍ତି କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି  । ଶାଶୁଙ୍କ ଦେହ ଏବେ ଭଲ ନାହିଁ ବୋଲି ତୃପ୍ତି କହିଛନ୍ତି । ବାପାମା’ ହିସାବରେ ଶାଶୁ ଶ୍ୱଶୁର ଏବେ ଅସହାୟ ହୋଇପଡ଼ିଛନ୍ତି । ସେ କିଛି କରିପାରୁନାହାନ୍ତି ବୋଲି ତୃପ୍ତି ଗଣମାଧ୍ୟମକୁ କହିଛନ୍ତି  ।

ଅପରପକ୍ଷରେ ପ୍ରକୃତି ମିଶ୍ର କହିଛନ୍ତିଯେ, ମୋ ସହ ଯାହା ଘଟିଛି ମୁଁ ତାହା ଭୁଲିବି ନାହିଁ । ବାବୁସାନ ଓ ମୁଁ ପିଲାଦିନୁ ଭଲ ସାଙ୍ଗ  । ବାବୁସାନଙ୍କ ପତ୍ନୀ ଓ ତାଙ୍କ ଶ୍ୱଶୁର ଗୁଣ୍ଡା ଆଣି ମୋତେ ଅପମାନିତ କରିଛନ୍ତି । ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଛନ୍ତି  । ବାବୁସାନଙ୍କୁ ମଧ୍ୟ ଟର୍ଚ୍ଚର କଲେ  । ମୋ ଚୁଟି ଧରି ଭିଡ଼ାଭିଡ଼ି କଲେ  । ମୁଁ ହେଲପ ହେଲପ କହିଲେ ବି ସମସ୍ତେ ମଜା ଉଠାଇଲେ  । ମୁଁ କାହାକୁ ଛାଡ଼ିବି ନାହିଁ  । ଲିଗାଲ ଆକ୍ସନ ନେବି ବୋଲି ପ୍ରକୃତି କହିଛନ୍ତି । 

ଭିଡ଼ିଓ ଭାଇରାଲ ହେବା ପରେ ବାବୁସାନ କହିଛନ୍ତିଯେ, ପ୍ରକୃତିଙ୍କୁ ଆଣିବାକୁ ମୁଁ ଏୟାରପୋର୍ଟ ଯାଇଥିଲି । ପ୍ରକୃତି ମୋର ଭଲ ସାଙ୍ଗ  । ତାଙ୍କ ସାଙ୍ଗେ କଥା ହେଲେ ଅସୁବିଧା କ’ଣ ବୋଲି ବାବୁସାନ କହିଛନ୍ତି  । ମୋ ସ୍ତ୍ରୀ ସିନେ ଇଣ୍ଡଷ୍ଟ୍ରି ସହ ସଂପୃକ୍ତ ନୁହଁନ୍ତି  । ତେଣୁ ଇଣ୍ଡଷ୍ଟ୍ରିରେ କ’ଣ ହୁଏ ସେ ଜାଣନ୍ତି ନାହିଁ  । ଆମ କାମ କ’ଣ ସେ ଜାଣିପାରୁନାହାନ୍ତି  । ଇଣ୍ଡଷ୍ଟ୍ରିରେ ବହୁ ହିରୋଇନଙ୍କ ସହ କାମ କରିବାକୁ ପଡେ଼  । ମୁଁ ବିଭିନ୍ନ ହିରୋଇନଙ୍କ ସହ କାମ କରେ  । କାମ କରିବାକୁ ମୁଁ ବାଧ୍ୟ  । ରାସ୍ତାରେ ମୋ ପତ୍ନୀ ହଠାତ ଆସି ଆଟାକ କଲେ  । ଶ୍ୱଶୁର ବି ହାରାସ କଲେ  । ଏହା ଆଦୌ ଠିକ କଥା ନୁହେଁ ବୋଲି ବାବୁସାନ କହିଛନ୍ତି ।