ବିଜୁ ସେତୁ କାମ ବେଳେ ଅଘଟଣ : ଶ୍ରମିକ ମୃତ

ବିଜୁ ସେତୁ କାମ ବେଳେ ଅଘଟଣ : ଶ୍ରମିକ ମୃତ

ବିଜୁ ସେତୁ କାମ ବେଳେ ଅଘଟଣ : ଶ୍ରମିକ ମୃତ
ବାରିପଦା: କିଛି ଦିନ ପରେ ପୁଣି ବିଜୁ ସେତୁ କାମ ବେଳେ ଏକ ଅଘଟଣ ଘଟିଛି । ଆଉ ଏହି ଅଘଟଣରେ ଜଣେ ଶ୍ରମିକଙ୍କ ଜୀବନ ମଧ୍ୟ ଯାଇଛି । ବାରିପଦା-ବଡ଼ସାହି ରାସ୍ତାର ଓରାନାଳ ସେତୁ କାମ ବେଳେ ଅଘଟଣ ଘଟିଛି । ସେତୁ ପିଲର ପାଇଁ ଖୋଲାଯାଉଥିବା ଖାତରେ ଜଣେ ଶ୍ରମିକ ଖସି ପଡ଼ିଥିବା ଜଣାଯାଇଛି । ଗଭୀର ପାଣି ଖାତରେ ଖସି ପଡ଼ିବାରୁ ଘଟଣାସ୍ଥଳରେ ହିଁ ଶ୍ରମିକଙ୍କ ମୃତୁ୍ୟ ହୋଇଛି । ଏହି ଅଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଲୋକେ କ୍ଷତିପୂରଣ ଦାବିରେ ଶବ ରଖି ଧାରଣା ଦେଇଥିବା ଜଣାଯାଇଛି । ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେର ପହଞ୍ଚି ତଦନ୍ତ କରିବା ସହ ପରିସ୍ଥିତି ଉପରେ ନଜର ରଖିଛି ।