ବିଜେଡି ସରକାର ଓଡ଼ିଶାରୁ ବିଦା ନ ହେଲେ ଓଡ଼ିଶା ଧ୍ୱସାଂଭିମୁଖୀ ହେବ : ପ୍ରଦୀପ ପୁରୋହିତ
ବିଜେଡି ସରକାର ଓଡ଼ିଶାରୁ ବିଦା ନ ହେଲେ ଓଡ଼ିଶା ଧ୍ୱସାଂଭିମୁଖୀ ହେବ : ପ୍ରଦୀପ ପୁରୋହିତ
ପୁରୀ: ଏବେ କର ବା ମର ସ୍ଥିତି। ସମସ୍ତଙ୍କର ଗୋଟାଏ ଲକ୍ଷ୍ୟ । ତାହା ହେଉଛି ଓଡ଼ିଶାରୁ ବିଜେଡିକୁ ଗାଦିଚ୍ୟୁତ କରିବା। ତେଣୁ ଏଥିନିମନ୍ତେ ଏପରି ଜୋରଦାର ଲଢ଼େଇ ହେବ ଯାହା କେହି କେବେ ଭାବି ନ ଥିବେ।’ ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଥିବା ବେଳେ ଆଜି ଦ୍ୱିତୀୟ ଦିନରେ ଏଭଳି ରଣହୁଙ୍କାର ଦେଇଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଆଜି ଆୟୋଜିତ ସମ୍ମିଳନୀରେ ଦଳର ତୁଙ୍ଗ ନେତାଙ୍କ ସମେତ ୩୬ଟି ସାଙ୍ଗଠନିକ ଜିଲ୍ଲାର କର୍ମୀ, ଉଚ୍ଚ ପଦସ୍ତ ଅଧିକାରୀ ଉପସ୍ଥିତ ଅଛନ୍ତି।
ଏହି ଅବସରରେ ପ୍ରଦୀପ ପୁରୋହିତ କହିଛନ୍ତି, ପଶ୍ଚିମବଙ୍ଗରେ ଏବେ ଯେଉଁ ଢଙ୍ଗରେ ଲଢ଼େଇ ହେଉଛି, ତା’ଠୁ ଅଧିକ ମଜବୁତ ଭାବେ ଓଡ଼ିଶାରେ ଲଢ଼େଇ ହେବ । ଏଥିନିମନ୍ତେ ଯୋଜନାବଦ୍ଧ ଭାବେ ପ୍ରସ୍ତୁତି ଚାଲିଛି । ଭାଜପା କର୍ମକର୍ତ୍ତା ପଛକୁ ଘୁଞ୍ଚିବେ ନାହିଁ। ଲଢ଼େଇ ଜୋରଦାର ହେବ । ଓଡ଼ିଶାରେ କର ବା ମର ଡାକରା ଦେବ ଭାଜପା। ବିଜେଡି ସରକାର ଓଡ଼ିଶାରୁ ବିଦା ନ ହେଲେ ଓଡ଼ିଶା ଧ୍ୱସାଂଭିମୁଖୀ ହେବ। ଓଡ଼ିଶାର ଧର୍ମ, ସଂସ୍କୃତି ଧ୍ୱସଂ ପାଇବ, ଆର୍ଥିକ ଅବସ୍ଥା ଦୁର୍ବଳ ହେବ । ତେଣୁ ଓଡ଼ିଶାରୁ ବିଜେଡିକୁ ଗାଦିଚ୍ୟୁତ କରିବା ଆମର ଏକମାତ୍ର ଲକ୍ଷ୍ୟ । ବିଜେଡି ପାଇଁ ଯେଉଁ ସରକାରୀ କର୍ମଚାରୀ କାମ କରୁଛନ୍ତି ସେମାନ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଦୀପ ପୁରୋହିତ । କାରଣ ଏଥର ନିର୍ବାଚନରେ ଏମତି ଲଢ଼େଇ ହେବ ଯାହା କେହି କେବେ କଳ୍ପନା କରି ନ ଥିବେ ବୋଲି ସେ କହିଛନ୍ତି।




admin 