ବିଜେପିକୁ ପଛରେ ପକାଇଲା କଂଗ୍ରେସ

ବିଜେପିକୁ ପଛରେ ପକାଇଲା କଂଗ୍ରେସ

ବିଜେପିକୁ ପଛରେ ପକାଇଲା କଂଗ୍ରେସ

ଭୁବନେଶ୍ୱର:  ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି। ୧୧ଟି ରାଉଣ୍ଡର ଫଳାଫଳ ଆସିଛି । ୧ ରାଉଣ୍ଡରେ ମଧ୍ୟ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ବହୁ ଆଗରେ ଅଛନ୍ତି । ୧୧ ରାଉଣ୍ଡରେ ବିଜେଡିକୁ ୪୧୮୧ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସକୁ ୨୬୦୬ ଖଣ୍ଡ ଭୋଟ ଓ ବିଜେପିକୁ ୧୦୦୬ ଖଣ୍ଡ ଭୋଟ ମିଳିଛି । ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ୫୨୬୦୯  ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୧୨୫୮୫ ଓ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ୍ ୧୪୨୨୨  ଖଣ୍ଡ ଭୋଟ ପାଇଛନ୍ତି । ବିଜେଡି ୩୮, ୩୮୭ ଭୋଟରେ ଆଗୁଆ ରହିଛି।  ୨୭୯ ବୁଥର ଭୋଟ୍ ୨୦ ରାଉଣ୍ଡରେ କାଉଣ୍ଟିଂ ହେଉଛି ।

ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସମୁଦାୟ ୧୧ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ମତଦାନ ହାର ଅପେକ୍ଷାକୃତ କମ ଥିବାରୁ ତ୍ରିକୋଣୀୟ ମୁକାବିଲାରେ ବିଜୟ ବ୍ୟବଧାନ ନେଇ ଚର୍ଚ୍ଚା ଚାଲିଛି।