ବିଜେପିରେ ମିଶିଲେ ହାର୍ଦ୍ଧିକ

ବିଜେପିରେ ମିଶିଲେ ହାର୍ଦ୍ଧିକ

ବିଜେପିରେ ମିଶିଲେ ହାର୍ଦ୍ଧିକ

ଅହମ୍ମଦାବାଦ: ଯାହା ଅନୁମାନ କରାଯାଉଥିଲା, ଠିକ୍ ସେଇଆ ହେଲା । କଂଗ୍ରେସ ଛାଡ଼ିବା ପରେ ଆଜି ବିଜେପିରେ ହିଁ ସାମିଲ ହେଲେ ପାଟିଦାର ନେତା ହାର୍ଦ୍ଧିକ ପଟେଲ । ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ହାର୍ଦ୍ଧିକ ବିଜେପିରେ ଯୋଗ ଦେଇଛନ୍ତି । ଯୋଗ ଦେବାର କିଛି ସମୟ ପୂର୍ବରୁ ହାର୍ଦ୍ଧିକ ଟ୍ୱିଟ କରି ମଧ୍ୟ ଏ ନେଇ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପିର ଏକ ଛୋଟ ସିପାହୀ ହୋଇ ଦଳ ପାଇଁ କାମ କରିବେ ବୋଲି ହାର୍ଦ୍ଧିକ କହିଛନ୍ତି ।

  ନିର୍ବାଚନ ପୂର୍ବରୁ ହାର୍ଦ୍ଧିକଙ୍କ ଯୋଗଦାନ ବିଜେପିର ଶକ୍ତିକୁ ଆହୁରି ମଜବୁତ କରିଛି । ମାତ୍ର କଂଗ୍ରେସ କହିଛି, କିଛି ଫରକ ପଡ଼ିବନି । କେବଳ କ୍ଷମତାର ଲାଳସାରେ ହାର୍ଦ୍ଧିକ ନିଜ ଆଦର୍ଶକୁ ଫିଙ୍ଗି ଦେଇଛନ୍ତି । ଏମିତି ରଙ୍ଗ ବଦଳାଉଥିବା ବ୍ୟକ୍ତି କୌଣସି ଦଳରେ ନିଷ୍ଠାପର ଭାବେ କାମ କରିପାରିବେ ନାହିଁ । ଅପରପକ୍ଷରେ ହାର୍ଦ୍ଧିକ କହିଛନ୍ତି, ବିଜେପି ନେତୃତ୍ୱରେ ହିଁ ରାଷ୍ଟ୍ରବାଦର ସୁରକ୍ଷା ହୋଇପାରିବ । କଂଗ୍ରେସରେ ରହି ସେ ନିଜର ମୂଲ୍ୟବାନ ସମୟ ନଷ୍ଟ କରିଛନ୍ତି ।