ଗଛ କଟା ମାମଲାରେ ହାଇକୋର୍ଟରୁ ବଡ଼ ଖବର
ଗଛ କଟା ମାମଲାରେ ହାଇକୋର୍ଟରୁ ବଡ଼ ଖବର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଧାୟକଙ୍କ ପାଇଁ କ୍ୱାର୍ଟର୍ସ ନିର୍ମାଣ ନିମନ୍ତେ ଗଛକଟା ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏନେଇ ହାଇକୋର୍ଟ ସାଧାରଣ ପ୍ରଶାସନ ବିଭାଗ ସଚିବଙ୍କୁ ସତ୍ୟପାଠ ମାଗିଛନ୍ତି । ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ବିବରଣୀ ଦେବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ପ୍ରକଳ୍ପର ନିର୍ମାଣ, ଗଛକଟା ଓ ବନୀକରଣ ନେଇ ବିସ୍ତୃତ ବିବରଣୀ ଦେବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ସତ୍ୟପାଠ ଜରିଆରେ ଉତ୍ତର ରଖିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ଆସନ୍ତା ଜୁନ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
ସେପଟେ, ଗଛକଟାକୁ ବିରୋଧରେ ପ୍ରେରଣା ଇଣ୍ଟରନ୍ୟାସନାଲ୍ ଗ୍ରିନ୍ ଆର୍ମି ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ଚାରିଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ, ବିଧାୟକ କଲୋନିରୁ ଆଉ ଗଛ ନକାଟିବା, ଯେଉଁ ଗଛ କଟାଯାଇଛି ତା’ର ଭରଣା ପାଇଁ ଭୁବନେଶ୍ବର ସହର ଓ ଉପକଣ୍ଠରେ ୧୦୦ଗୁଣ ବୃକ୍ଷରୋପଣ କରି ଉଦ୍ୟାନ ସୃଷ୍ଟି କରିବା, ଭୁବନେଶ୍ବର ଚାରିପାଖରେ ୫୦ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବୃକ୍ଷରାଜିପୂର୍ଣ୍ଣ ଏକ ସବୁଜବଳୟ ସୃଷ୍ଟି, ଦିଲ୍ଲୀ ପରି ଟ୍ରି ଆଇନ୍ ପ୍ରଣୟନ କରିବାକୁ ଦାବି କରାଯାଇଛି । ପ୍ରେରଣାର ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।




admin 