ହାର୍ଦ୍ଧିକଙ୍କ ପୁରୁଣା ଟ୍ୱିଟ୍ ଆଣିଲା କଂଗ୍ରେସ
ହାର୍ଦ୍ଧିକଙ୍କ ପୁରୁଣା ଟ୍ୱିଟ୍ ଆଣିଲା କଂଗ୍ରେସ
ଅହମ୍ମଦାବାଦ: ରାଜନୀତିରେ କେହି କାହାର ଚିର ସାଥୀ ନୁହେଁ କି କେହି ଚିରକାଳ ଶତ୍ରୁ ନୁହେଁ । ଏଇ ଯେମିତି ଏକଦା ଗୁଜରାଟରେ ବିଜେପିର ସବୁଠୁ ବଡ଼ ସମାଲୋଚକ ଥିବା ହାର୍ଦ୍ଧିକ ପଟେଲ ଆଜି ବିଜେପିରେ ମିଶିଛନ୍ତି । କଂଗ୍ରେସକୁ ବାଏବାଏ କରିବା ପରେ ଗାନ୍ଧିନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ହାର୍ଦ୍ଧିକ ପଦ୍ମ ଧରିଛନ୍ତି । କହିଛନ୍ତି, ସେ ବିଜେପିର ସୈନ୍ୟ ହୋଇ କାମ କରିବେ । ମୋଦିଙ୍କ ନେତୃତ୍ୱରେ ଦଳ ପାଇଁ କାମ ଜାରି ରଖିବେ । ତେବେ କଂଗ୍ରେସ ବି ଏ ସମୟରେ ହାର୍ଦ୍ଧିକଙ୍କୁ ଜୋରଦାର ଟାର୍ଗେଟ କରିଛି। ଗୁଜରାଟ ଯୁବ କଂଗ୍ରେସ ପକ୍ଷରୁ ହାର୍ଦ୍ଧିକଙ୍କ ଏକ ପୁରୁଣା ଟ୍ୱିଟକୁ ସୋସିଆଲ ମିଡିଆରେ ଜୋରଦାର ସେୟାର କରାଯାଇଛି । ଏହି ଟ୍ୱିଟରେ ଲେଖାଯାଇଛି-ବିଜେପିରେ ଲୋକଙ୍କୁ ଉଚିତ ସମ୍ମାନ ମିଳେନି । କେବଳ ଯିଏ ଅମିତ ଶାହଙ୍କ ପାଦର ଜୋତା ହୋଇ ରହିବ, ସେମାନଙ୍କୁ ଆଗକୁ ନିଆଯାଏ । ଏହି ଟ୍ୱିଟ ସେୟାର କରି ଗୁଜରାଟ ଯୁବ କଂଗ୍ରେସ ଲେଖିଛନ୍ତି, ମଣିଷରୁ ଜୋତା ରୂପ ନେଇଥିବାରୁ ହାର୍ଦ୍ଧିକ ଶୁଭେଚ୍ଛା ।




admin 