ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ସରିଲା
ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ସରିଲା
ଭୁବନେଶ୍ୱର: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ବେହେରାଙ୍କ ସନେ୍ଦହଜନକ ମୃତୁ୍ୟ ମାମଲାକୁ ନେଇ ଚର୍ଚ୍ଚା ଥମୁନି । ଏହି ମାମଲାରେ କ୍ରାଇମବ୍ରାଞ୍ଚି ତଦନ୍ତକୁ ଜୋରଦାର କରିଛି । ଏହି ମାମଲାରେ ବିବାଦୀୟ ହୋଇପଡ଼ିଥିବା ତଥା ସନେ୍ଦହଘେରରେ ଥିବା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ଆଜି ଲାଏ ଡିଟେକ୍ସନ ପରୀକ୍ଷା କରାଯାଇଛି । ଭୁବନେଶ୍ୱରସ୍ଥିତ ଫରେନସିକ ଲାବରେ ପ୍ରାୟ ୪ ଘଣ୍ଟା କାଳ ବିଦ୍ୟଭାରତୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଏଥିରେ ତାଙ୍କୁ ତମାମ ପ୍ରଶ୍ନ ପଚରାଯାଇଥିଲା । ଏଥିରୁ କ୍ରାଇମବ୍ରାଞ୍ଚକୁ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥିବା କୁହାଯାଉଛି ।
ପୂର୍ବରୁ ଡିଏଫଓ ଓ ରୋଷେୟାଙ୍କ ହୋଇଥିଲା ଲାଏ ଡିଟେକ୍ସନ ଟେଷ୍ଟ । ଷ୍ଟେଟ ଫରେନସିକ ଲାବ୍ରୋଟାରୀରେ ଡିଏଫଓଙ୍କ ସହ ରୋଷେୟା ମନ୍ମଥ କୁମ୍ଭଙ୍କ ମଧ୍ୟ ଟେଷ୍ଟ ହୋଇଥିଲା । ତେବେ ଟେଷ୍ଟରେ ସୋମ୍ୟଙ୍କ ମୃତ୍ୟୁ ସମ୍ପର୍କିତ ୨୦୦ ପ୍ରଶ୍ନର ଉତ୍ତର ଦେଇଥିଲେ ଡିଏଫଓ । କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ଟେଷ୍ଟ କରାଯାଇଛି ।ସୂଚନାଥାଉକି ରାଜ୍ୟରେ ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି ପର୍ୟ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ । ଦୀର୍ଘ ଦୁଇମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଆସାମୀ ପାଖରେ ପହଞ୍ଚିପାରିନାହିଁ ପୋଲିସ । ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ ଦେଇଛନ୍ତି । ଏସିଏଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ପୋଲିସ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ ଜେନାଙ୍କୁ ବାରମ୍ବାର ଜେରା କରି ଅଧିକ ତଦନ୍ତ କରୁଛି କିନ୍ତୁ ପ୍ରକୃତ ଆସାମୀକୁ ଧରିପାରିନାହିଁ ପୋଲିସ ।




admin 