ସିଏଚଏସଇ ଅଫିସ ଆଗରେ ହାତ କାଟିଲେ ଛାତ୍ରୀ
ସିଏଚଏସଇ ଅଫିସ ଆଗରେ ହାତ କାଟିଲେ ଛାତ୍ରୀ
ଭୁବନେଶ୍ୱର: ଉଚିତ ମୂଲ୍ୟାୟନ ଦାବିରେ ହାତ କାଟିଲେ ଛାତ୍ର । ତାହା ପୁଣି ଉଚ୍ଚ ମାଧ୍ୟମିକ ପରିଷଦ କାର୍ଯ୍ୟାଳୟ (ସିଏଚଏସଇ) ସାମ୍ନାରେ । ଆଜି ଦିନ ୧୨ଟାବେଳେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱରରେ । ପୁଲିସ କର୍ମଚାରୀମାନେ ବହୁ କଷ୍ଟରେ ଛାତ୍ରୀଙ୍କ ହାତରେ ବ୍ଲେଡରୁ ନେବା ସହ ତାଙ୍କୁ ହସ୍ପିଟାଲ ନେଇଥିଲେ । ଅଭିଯୋଗ ଅନୁଯାୟୀ ପ୍ରଥମେ ପାସ୍ ପରେ କରିଦେଲେ ଫେଲ୍। ଉଚିତ୍ ମୂଲ୍ୟାୟନ ଦାବିରେ ଛାତ୍ରୀ ସିଏଚ୍ଏସ୍ଇ ଅଫିସ୍ ସାମ୍ନାରେ ହାତ କାଟିବା ସହ ପ୍ରତିବାଦ କଲେö ଯୁକ୍ତ ୨ ଏକ୍ସ ରେଗୁଲାର ଡ୍ରପଆଉଟ ଛାତ୍ରୀ ଜଣକ ହାତ କାଟିଥିବା ଜଣାପଡିଛି। ଦଶମ ନମ୍ବର ଆଧାରରେ ଯୁକ୍ତ ୨ ମୂଲ୍ୟାୟନ ଦାବିରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ଅଡ଼ି ବସିଥିଲେ। ଦଶମ ମାର୍କ ଆଧାରରେ ମୂଲ୍ୟାଙ୍କନ କରିବାକୁ ଦାବି କରିଥିଲେ । ଏହା ସହିତ ଅଫଲାଇନ୍ ପରୀକ୍ଷାକୁ ବାତିଲ କରିବାକୁ ମଧ୍ୟ ଦାବି କରିଥିଲେ । କିନ୍ତୁ କୌଣସି ଦାବି ପୂରଣ ନହେବା ଅଭିଯୋଗରେ ଛାତ୍ରୀଜଣଙ୍କ CHSE ଅଫିସରେ ସମ୍ମୁଖରେ ହାତ କାଟିଛନ୍ତି । ତାଙ୍କ ସମ୍ମୁଖରେ ସିଏଚ୍ଏସ୍ଇ କତ୍ତୃପକ୍ଷକୁ ଉପସ୍ଥିତ ହେବା ଦାବି କରି ବ୍ଲେଡ଼ରେ ହାତ କାଟି ଆତ୍ମଆହୁତୀ ଉଦ୍ୟମ କରିବା ସହ ଅଧ ଘଣ୍ଟା ଯାଏଁ ପ୍ରତିବାଦ କରିଥିଲେ। ସେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।




admin 