ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ସଂଜୟ ରାଉତଙ୍କ ସନ୍ଦେହ
ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ସଂଜୟ ରାଉତଙ୍କ ସନ୍ଦେହ
ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ସଞ୍ଜୟ ରାଉତ କହିଛନ୍ତି, ଜେନେରାଲ ରାୱତ ଚାଇନା ଓ ପାକିସ୍ତାନ ବିରୋଧରେ ଦେଶର ପ୍ରତିରକ୍ଷା ରଣନୀତିକୁ ବଦଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଯେତେବେଳେ ବି ହଠାତ୍ ଏପରି କିଛି ଦୁର୍ଘଟଣା ଘଟେ, ତାହା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥାଏ। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା।
ଜେନେରାଲ ରାୱତ ଓ ଅନ୍ୟମାନଙ୍କୁ ନେଇ ଯାଉଥିବା ହେଲିକପ୍ଟର ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି ହୋଇଥିଲା। ସେଥିରେ ଡବଲ ଇଞ୍ଜିନ ମଧ୍ୟ ଲାଗିଥିଲା। ସେନା ବାହିନୀକୁ ଆମେ ଅତ୍ୟାଧୁନିକ କରୁଥିବା ଦାବି କରୁଛେ। କିନ୍ତୁ କେମିତି ଏତେ ବଡ଼ ଘଟଣା ଘଟିଲା? ଦୁର୍ଘଟଣା ପରେ ପୂରା ଦେଶ ଚକିତ ହୋଇଛି।
ସମସ୍ତଙ୍କ ମନରେ ଅସମାହିତ ପ୍ରଶ୍ନ ସୃଷ୍ଟି ହୋଇଛି। ତେଣୁ ପ୍ରତିରକ୍ଷା ମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଲୋକଙ୍କ ସବୁ ସନ୍ଦେହକୁ ଦୂର କରିବା ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଥିଲେ। ଏହାବାଦ ସଞ୍ଜୟ ରାଉତ ପାକିସ୍ତାନରେ ହୋଇଥିବା ଏୟାର ଷ୍ଟ୍ରାଇକ ବେଳେ ଜେନେରାଲ ବିପିନ ରାୱତ ଗ୍ରହଣ କରିଥିବା ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି।




admin 