ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ
ଭୁବନେଶ୍ବର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଯାଇଛି । ଘରେ ବସିଥିବାବେଳେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ୭୨ ବର୍ଷ ବୟସରେ ଜଟଣୀସ୍ଥିତ ଘରେତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ । ଓଡ଼ିଆ ସିନେଜଗତର ଏକ ସୁପରିଚିତ ନାମ ହେଉଛି ରାଜୁ ମିଶ୍ର । ଅନେକ ଲୋକପ୍ରିୟ ଭେଟିଦେଇଛନ୍ତି ରାଜୁ ମିଶ୍ର । ତାଙ୍କ ନିର୍ଦ୍ଦେଶିତ ହିଟ୍‌ ଫିଲ୍ମ ମଧ୍ୟରେ ରହିଛି ଚକା ଆଖି ସବୁ ଦେଖୁଛି, ପୁଅ ମୋର କଳାଠାକୁର, ସାଗର ଗଙ୍ଗା, ରୂପା ଗାଁର ସୁନା କନିଆ ପରି ବହୁ ଲୋକପ୍ରିୟ ଫିଲ୍ମ । ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ପ୍ରତିପାଦନ ପାଇଁ ଜୟଦେବ ସମ୍ମାନରେ ସମ୍ମାନିତ ହେବା ସହ ଅନେକ ପୁରସ୍କାର ଲାଭ କରିଛନ୍ତି ରାଜୁ ମିଶ୍ର । ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ବାତାବରଣ ଖେଳି ଯାଇଛି ।