ବ୍ରଜରାଜନଗର ଉପନିର୍ବାଚନ: ଦ୍ବିତୀୟ ସ୍ଥାନ ଲାଗି ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର
ବ୍ରଜରାଜନଗର ଉପନିର୍ବାଚନ: ଦ୍ବିତୀୟ ସ୍ଥାନ ଲାଗି ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର
ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି। ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ଅଳକା ମହାନ୍ତି ଅନ୍ୟ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇ ଦେଇଛନ୍ତି। ରାଉଣ୍ଡ ୬ରେ ବିଜେଡିର ଅଳକା ମହାନ୍ତିଙ୍କୁ ୫୧୫୫ ଭୋଟ ମିଳିଥିବାବେଳେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ୧୦୦୨ ଓ କଂଗ୍ରେସର କିଶୋର ପଟେଲଙ୍କୁ ୧୭୭୮ ଟି ଭୋଟ ମିଳିଛି । ଅର୍ଥାତ ଷଷ୍ଠ ରାଉଣ୍ଡରେ କଂଗ୍ରେସ ବି ଜେପିକୁ ପଛରେ ଛାଡ଼ି ଦେଇଛି। ସେପଟେ ବିଜେଡି ୨୯୮୮୮ ଖଣ୍ଡ ଭୋଟ୍ ପାଇ ୨୨, ୦୭୦ ଭୋଟରେ ଆଗୁଆ ରହିଛି। ସେହିପରି ବିଜେପି ୭୬୩୬ ଓ କଂଗ୍ରେସକୁ ୬୪୯୮ ଭୋଟ୍ ମିଳିଛି। ଦ୍ବିତୀୟ ସ୍ଥାନରେ କିଏ ରହିବ ତାହାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର ଚାଲିଛି।
ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହିନୀ ସହ ଓଡ଼ିଶା ପୋଲିସର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ଗୋଟିଏ ପ୍ଲାଟୁନ ସିଆରପିଏଫ ବ୍ୟତୀତ ଓଡିଶା ପୋଲିସର ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୫ ଜଣ ଇନସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିଛନ୍ତି ।




admin 