ବଡ଼ମ୍ବା ବ୍ଲକ୍ କଂଗ୍ରେସ ସଭାପତି ଅମିୟ ପଟ୍ଟନାୟକଙ୍କ ପରଲୋକ
ବଡ଼ମ୍ବା ବ୍ଲକ୍ କଂଗ୍ରେସ ସଭାପତି ଅମିୟ ପଟ୍ଟନାୟକଙ୍କ ପରଲୋକ
ଭୁବନେଶ୍ବର: କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ କଂଗ୍ରେସ ସଭାପତି ତଥା ସମାଜସେବୀ ଅମିୟ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ କଂଗ୍ରେସ ଦଳରେ ଗଭୀର ଶୋକ ପ୍ରକାଶ ପାଇଛି। ଏହା ସହିତ ବଡ଼ମ୍ବା ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ଜଣେ ମିଷ୍ଟଭାସୀ, ଅମାୟିକ ଓ ପରୋପକାରୀ ବ୍ୟକ୍ତି ଭାବେ ସେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ। ସ୍ବର୍ଗତ ପଟ୍ଟନାୟକ ସବୁବେଳେ ସ୍ଥାନୀୟ ଲୋକଙ୍କ ହକ୍ ପାଇଁ ଲଢ଼େଇ କରି ଆସୁଥିଲେ। ଅଞ୍ଚଳର ସମସ୍ୟାକୁ ନେଇ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ନିକଟରେ ଉପସ୍ଥାପନ କରୁଥିଲେ। ତାଙ୍କ ପରଲୋକରେ ବଡ଼ମ୍ବା ଅଞ୍ଚଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତ ଦେଇଛନ୍ତି। ତାଙ୍କ ପରଲୋକ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା ଓ କଂଗ୍ରେସର ନେତୃବୃନ୍ଦ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମଦେବଦନା ଜଣାଇଛନ୍ତି।
ତାଙ୍କ ପରଲୋକ ଖବର ପାଇ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଗଭର ଶୋକ ପ୍ରକାଶ କରିବା ସହିତ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ସ୍ବର୍ଗତ ପଟ୍ଟନାୟକ କଂଗ୍ରେସର ଜଣେ ଆଗଧାଡ଼ିର ନେତା ଥିଲେ। ଜଣେ ଦକ୍ଷ ସଂଗଠକ ଭାବରେ ଦଳ ପାଇଁ ତାଙ୍କର ଅନେକ ଅବଦାନ ରହିଥିଲା। ତାଙ୍କ ନେତୃତ୍ବରେ କଂଗ୍ରେସ କଟକରେ ସୁଦୃଢ଼ ହୋଇ ପାରିଛି। ତାଙ୍କ ପରଲୋକରେ ସବୁଦିନ ପାଇଁ କଂଗ୍ରେସ ତାଙ୍କ ସଂଗଠନିକ ଦକ୍ଷତାକୁ ମନେ ପକାଇବ। ଏହି ଦୁଃଖ ସମୟରେ ଶ୍ରୀ ଚୌଧୁରୀ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।




admin 