ୟୁକ୍ରେନର ୭୪ ସାମରିକ ବେସ ଧ୍ୱଂସ, ମାଡ଼ିଚାଲିଛି ଋଷ
ୟୁକ୍ରେନର ୭୪ ସାମରିକ ବେସ ଧ୍ୱଂସ, ମାଡ଼ିଚାଲିଛି ଋଷ
ନୂଆଦିଲ୍ଲୀ: ଋଷ ସେନା ୟୁକ୍ରେନ ଭିତରକୁ ମାଡ଼ି ଚାଲିଛି। ରୁଷୀୟ ସେନା ଦାବି କରିଛି, ୟୁକ୍ରେନର ୭୪ ସାମରିକ ବେସକୁ ଧ୍ୱଂସ କରାଯାଇଛି। ହେନିଚେସ୍କ ଏବଂ ନୋଭା କହୋଭ୍କାଙ୍କୁ କାବୁ କରିଥିବା କୁହାଯାଉଛି। କିଏଭ୍ ସ୍ଥିତ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଉପରେ ମଧ୍ୟ ଋଷ ସୈନ୍ୟ ଆକ୍ରମଣ କରିଛନ୍ତି। ଋଷ ଆକ୍ରମଣରେ ୟୁକ୍ରେନ୍ ବ୍ୟାପକ କ୍ଷତି ସହ ଧନଜୀବନ ହାନି ହୋଇଛି। ଯୁଦ୍ଧ ଚାଲିଥିବା ବେଳେ ପ୍ରାୟ ୧୦୦ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
ୟୁକ୍ରେନ ଦାବି କରିଛି, ଋଷ-ୟୁକ୍ରେନରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଋଷ ସୈନିକଙ୍କ ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଋଷର ୭ଟି ବିମାନ ଏବଂ ୩ଟି ହେଲିକପ୍ଟର ମଧ୍ୟ ନଷ୍ଟ କରାଯାଇଛି। ଇତିମଧ୍ୟରେ ଋଷ ସେନା ଚେର୍ନୋବଲ ସ୍ଥିତ ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ କବଜା କରିବାକୁ ପ୍ରୟାସ କରୁଥିବା ୟୁକ୍ରେନ୍ ରାଷ୍ଟ୍ରପତି ଟ୍ୱିଟ୍ କରିଛନ୍ତି। କୌଣସି ବି ପରିସ୍ଥିତିରେ ୟୁକ୍ରେନ୍ ସେନା ଋଷ ହାତରେ ନ୍ୟୁକ୍ଲିୟର ପ୍ଲାଣ୍ଟ ଛାଡ଼ିବ ନାହିଁ ବୋଲି ସେ କହିଛନ୍ତି। ଏଭଳି ପରିସ୍ଥିତିକୁ ଦେଖି ୟୁକ୍ରେନ୍ ରାଜଧାନୀ କିଏଭରେ କର୍ଫ୍ୟୁ ଘୋଷଣା ହୋଇଛି।
ଅନ୍ୟପଟେ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତି ପୁଟିନ ଋଷବାସୀଙ୍କୁ ଅପିଲ କରିଛନ୍ତି। ନାଗରିକମାନଙ୍କୁ ଦେଶରେ ଯୁଦ୍ଧ ବିରୋଧୀ ପ୍ରଦର୍ଶନରେ ଅଂଶଗ୍ରହଣ ନ କରିବାକୁ ଅପିଲ କରିଛନ୍ତି ପୁଟିନ।




admin 