ପୁଟିନଙ୍କ ସହ ୨୫ ମିନିଟ କଣ କଥା ହେଲେ ମୋଦି

ପୁଟିନଙ୍କ ସହ ୨୫ ମିନିଟ କଣ କଥା ହେଲେ ମୋଦି

ପୁଟିନଙ୍କ ସହ ୨୫ ମିନିଟ କଣ କଥା ହେଲେ ମୋଦି

ନୂଆଦିଲ୍ଲୀ: ଗୁରୁବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିଫୋନ ଯୋଗେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ କଥା ହୋଇଛନ୍ତି। ପ୍ରାୟ ୨୫ ମିନିଟ ଧରି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ପୁଟିନ। 

 ଏହି ଆଲୋଚନାବେଳେ ମୋଦି ନିବେଦନ କରିଥିଲେ ଯେ, ଯୁଦ୍ଧ ବାଟ ଛାଡ଼ି କୁଟନୈତିକ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହେଉ। ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ ବି କରିଥିଲେ ମୋଦି। କୂଟନୈତିକ ଆଲୋଚନା ମାର୍ଗକୁ ଫେରି ଆସିବା ଲାଗି ସମସ୍ତ ପକ୍ଷ ସମ୍ମିଳିତ ପ୍ରୟାସ କରିବା ଆବଶ୍ୟକ,ରୁଷ ଏବଂ ନାଟୋ ସଂଘ ମଧ୍ୟରେ ରହିଥିବା ବିବାଦ କେବଳ ସଚ୍ଚୋଟ ଏବଂ ନିଷ୍ଠାପର ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରିବ। ପାଖାପାଖି ୨୫ ମିନିଟ ଧରି ଆଲୋଚନା ହୋଇଥିଲା ଏହି ଦୁଇ ବିଶ୍ୱ ନେତାଙ୍କ ମଧ୍ୟରେ। ସେପଟେ ୟୁକ୍ରେନରେ ଋଷର ଯୁଦ୍ଧ ପରେ ସେଠାରେ ଫଶି ରହିଥିବା ଭାରତୀୟଙ୍କ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି ଭାରତ ସରକାର। ଏଥିପାଇଁ ଦୂତାବାସ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ପୋଲାଣ୍ଡ ଓ ହଙ୍ଗେରୀ ବାଟ ଦେଇ ୟୁକ୍ରେନରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯିବ। ୟୁକ୍ରେନ୍‌ରେ ଥିବା ଦୂତାବାସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପୁଲାଇନ୍‌ ବ୍ୟବସ୍ଥା କରାଯାଇଛି। ଭାରତରେ ଥିବା ପୋଲାଣ୍ଡ ରାଜଦୁତଙ୍କ ସହ ମଧ୍ୟ ବୈଦେଶିକ ସଚିବ ଆଲୋଚନା କରିଛନ୍ତି।