ଭିଆରସ ନେଲେ ଆଇଏଏସ ଗଗନ ଧଳ

ଭିଆରସ ନେଲେ ଆଇଏଏସ ଗଗନ ଧଳ

ଭିଆରସ ନେଲେ ଆଇଏଏସ ଗଗନ ଧଳ
ଭୁବନେଶ୍ୱର : ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ ଅଫିସର ଗଗନ ଧଳ । ୧୯୮୫ ବ୍ୟାଚର ବରିଷ୍ଠ ଆଇଏଏସ ଶ୍ରୀ ଧଳ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ତାଙ୍କର ଆବେଦନକୁ ସରକାର ଗ୍ରହଣ କରିଛନ୍ତି । ଆସନ୍ତା ଜାନୁଆରୀରେ ସେ ଅବସର ଗ୍ରହଣ କରିଥା’ନ୍ତେ । ତେବେ ଗତ ଅଗଷ୍ଟରେ ଆଇଏଏସସ୍ତରରେ ହୋଇଥିବା ବଡ଼ ଧରଣର ଅଦଳବଦଳକୁ ନେଇ ସେ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଥିଲା । ଏମିତିକି ଇସ୍ତଫା ଦେଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ପରେ କେତେକ ବରିଷ୍ଠ ଅଧିକାରୀ ତାଙ୍କୁ ବୁଝାସୁଝା କରାଇଥିବାରୁ ସେ ଇସ୍ତଫା ପତ୍ର ଫେରାଇ ନେଇଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଥିଲା । ଗତ ଅଗଷ୍ଟରେ ଶ୍ରୀ ଧଳଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା ।