ଭିଜିଲାନ୍‌ସ ହାତରେ କୋଟିପତି ଯନ୍ତ୍ରୀ

ଭିଜିଲାନ୍‌ସ ହାତରେ କୋଟିପତି ଯନ୍ତ୍ରୀ

ଭିଜିଲାନ୍‌ସ ହାତରେ କୋଟିପତି ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଏବେ ପୂରା ସକ୍ରିୟ ଭାବରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଖୋଜି ଖୋଜି ଧରୁଛି।  ବିଭିନ୍ନ ଅଧିକାରୀ ତଥା ସରକାରୀ କର୍ମଚାରୀଙ୍କ ଘରେ ଚଢଉ କରୁଛି । ଆଉ ଜବତ କରୁଛି ପୁଳା ପୁଳା ଟଙ୍କା । ତେବେ ବର୍ତ୍ତମାନ ଜଣେ ଯନ୍ତ୍ରୀଙ୍କ ଘରୁ ଜବତ ହୋଇଥିବା ଟଙ୍କା ଭିଜିଲାନ୍ସ ଇତିହାସରେ ସର୍ବାଧିକ ବୋଲି କୁହାଯାଉଛି ।

ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରୁ ନଗଦ ୧.୩୬ କୋଟି ଟଙ୍କା ମିଳିଥିବା ଜଣାଯାଇଛି ।  ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ନଗଦ ୧କୋଟି ୩୬ ଲକ୍ଷ ଜବତ କରାଯାଇଛି ।  ଚତୁର୍ଥ ଦିନରେ ରେଡ ବେଳେ ଘରୁ ୧କୋଟି ୧୦ ଲକ୍ଷ ମିଳିଛି । 

ପ୍ରଥମ ଦିନ ଘରୁ ୨୧ ଲକ୍ଷ ୭୫ ହଜାର ଟଙ୍କା ନଗଦ ମିିଳିଥିଲା ।  ନଗଦ ଟଙ୍କା ଜବତରେ ରାଜ୍ୟ ଭିଜିଲାନ୍ସ ଇତିହାସରେ ସର୍ବାଧିକ ବୋଲି କୁହାଯାଉଛି ।  ସମ୍ପୃକ୍ତ ଯନ୍ତ୍ରୀଙ୍କ ଘରୁ ୧.୨କେଜି ସୁନା ମଧ୍ୟ ଭିଜିଲାନ୍ସ ଜବତ କରିଛି ।  ୧୨ଟି ବ୍ୟାଙ୍କ ଆକଉଣ୍ଟ ସହ ୪ କୋଟିର ଜମା ଓ ବୀମା ଠାବ କରାଯାଇଛି ।