ଭୁବନେଶ୍ବରରୁ ୫୪୧ଜଣ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବରରୁ ୫୪୧ଜଣ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବରରୁ ୫୪୧ଜଣ ପଜିଟିଭ୍‌ ଚିହ୍ନଟ
ଭୁବନେଶ୍ବର :  ଆଜି ଭୁବନେଶ୍ବରରୁ ୫୪୧ଜଣ ପଜିଟିଭ୍‌ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ୫୪୧ଜଣଙ୍କ ମଧ୍ୟରେ ୨୨୦ ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୩୨୧ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି । ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ ୩୦୦ ଜଣ ସୁସ୍ଥ ହୋଇଛନ୍ତି ।  ନୂତନ ୫୪୧ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍‌ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ୨୭୩ରେ ପହଞ୍ଚିଛି । ସେହିପରି ୬ହଜାର ୯୩୫ଜଣ ସୁସ୍ଥ ହୋଇଥିବାବେଳେ ୪୪ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ୪ ହଜାର ୨୮୨ଜଣ ସକ୍ରିୟ ମାମଲା ରହିଛି । ଆଜି ଚିହ୍ନଟ ହୋଇଥିବା କ୍ବାରେଣ୍ଟାଇନ୍‌ରୁ ୨୨୦ ଜଣଙ୍କ ମଧ୍ୟରେ  ଘରୋଇ ହସ୍ପିଟାଲରୁ ୨୩ଜଣ କର୍ମଚାରୀ ଚିହ୍ନଟ ହୋଇଥିବାବେଳେ ୧୬ଜଣ ପୋଲିସ କର୍ମଚାରୀ ରହିଛନ୍ତି, ନିଳାଦ୍ରି ବିହାର, ପଣ୍ଡା ପାର୍କ ନିକଟରୁ ୭ ଜଣ, ୟୁନିଟ୍‌ - ୮ରୁ ୫ ଜଣ, ୟୁନିଟ୍‌ -୬ରୁ ଚିହ୍ନଟ ହୋଇଛନ୍ତି । ସେହିପରି ଚିହ୍ନଟ ୩୨୧ ଜଣଙ୍କ ମଧ୍ୟରେ  ଖଣ୍ଡଗିରିରୁ ୬ଜଣ, ଲକ୍ଷ୍ମୀସାଗରର ୭ଜଣ, ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ୬ ଜଣ, ଭୀମଟାଙ୍କି ହାଉସିଂବୋର୍ଡ କଲୋନୀରୁ ୪ ଜଣ, ୧୧ଜଣ ବ୍ୟାଙ୍କ କର୍ମଚାରୀ ରହିଥିବାବେଳେ ଶୈଳଶ୍ରୀବିହାରରୁ ୧୦ଜଣ, ଭୀମପୁର, କେଳା ବସ୍ତିରୁ ୧୧ଜଣ, ପଟିଆରୁ ୧୧ ଜଣ, ଚିନ୍ତାମଣିଶ୍ବରରୁ ୭ ଜଣ, ନିଳାଦ୍ରି ବିହାରରୁ ୫ଜଣ, ଭୋଇନଗରରୁ ୨ ଜଣ ରହିଛନ୍ତି