ଭୁବନେଶ୍ୱରରେ ଘର ଘର ବୁଲିବ କଂଗ୍ରେସ

ଭୁବନେଶ୍ୱରରେ ଘର ଘର ବୁଲିବ କଂଗ୍ରେସ

ଭୁବନେଶ୍ୱରରେ ଘର ଘର ବୁଲିବ କଂଗ୍ରେସ
ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ। ଏଥିପାଇଁ ସମସ୍ତ ନେତା ଓ କର୍ମକର୍ତ୍ତା ନିଜ ନିଜ ୱାର୍ଡରେ ସଙ୍ଘଠନ ମଜବୁତ କରିବା ସହ ଲୋକଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର। ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଭାପତ୍ୱିତ କରି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ କମିଟି ସଭାପତି ବିଶ୍ୱଜିତ ଦାଶ କହିଲେ, ସାଧାରଣ ଜନତାଙ୍କର ସାମ୍ବିଧାନିକ ଅଧିକାର ଓ ମୌଳିକ ସୁଖ ସୁବିଧା ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସର୍ବଦା ଚେଷ୍ଟିତ। ଆଗାମୀ ଦିନରେ ଭୁବନେଶ୍ୱରବାସୀଙ୍କ ସମସ୍ୟା ନେଇ ଲଢ଼େଇ ଜୋରଦାର ହେବ। ଏହି ବୈଠକରେ ଅଖିଳ ଭାରତ ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର, ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ରୁଦ୍ର ରାଜୁ, ବରିଷ୍ଠ ଆଇନଜୀଵୀ ତଥା ରାଜ୍ୟ କଂଗ୍ରେସର ଉପସଭାପତି ଶିବାନନ୍ଦ ରାୟ, ରାଜ୍ୟ କଂଗ୍ରେସର ଉପସଭାପତି ଯଜ୍ଞଶ୍ୱେର ବାବୁ, ପୂର୍ବତନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ତଥା ପିସିସି ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ, ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ଟ୍ରେନିଂର ମୁଖ୍ୟ ସଂଯୋଜକ ତଥା ପୂର୍ବତନ ଉପସଭାପତି ଶୁଭେନ୍ଦୁ ମହାନ୍ତି, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଗିତାଞ୍ଜଳି ମହାନ୍ତି, ରଶ୍ମୀ ମହାପାତ୍ର ସଭାରେ ଯୋଗଦାନ କରିଥିଲେ । ବୈଠକ ଆରମ୍ଭରେ ଭୁବନେଶ୍ୱର ଜିଲ୍ଲାର ଦିବଂଗତ ନେତୃବୃନ୍ଦଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଉପସଭାପତି ଆଶିଷ ମଲ୍ଲିକ ୧ ମିନିଟ ନୀରବ ପ୍ରାର୍ଥନା କରିବାପାଇଁ ପ୍ରସ୍ତାବ ଦେଇଥିଲେ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ୬ଟି ପ୍ରସ୍ତାବକୁ ବୈଠକରେ ପାରିତ କରାଯାଇଥିଲା । ଏହି ପ୍ରସ୍ତାବକୁ ଜିଲ୍ଲା ମୁଖପାତ୍ର ସଂଜୀବ ମହାନ୍ତି ଉପସ୍ଥାପନ କରିଥିବାବେଳେ ବ୍ଲକ ସଭାପତି ମିହିର ଆଚାର୍ଯ୍ୟ ସମର୍ଥନ କରିଥିଲେ । ଏହି ୬ଟି ପ୍ରସ୍ତାବ ଉପରେ ନୂତନ କର୍ମକର୍ତା ତଥା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟମାନେ ଆଲୋଚନା କରିଥିଲେ। ସର୍ବସମ୍ମତିକ୍ରମେ ଆସନ୍ତାଦିନରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସହରବାସୀଙ୍କ ସ୍ୱାର୍ଥକୁ ରକ୍ଷା କରିବାପାଇଁ ପ୍ରତ୍ୟେକ ସ୍ତରରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ପ୍ରତ୍ୟେକ ୱାର୍ଡକୁ ପଦଯାତ୍ରା କରିବ। ଘରକୁ ଘର ବୁଲି କଂଗ୍ରେସ ସଂପର୍କ ଯାତ୍ରା କରି ଲୋକଙ୍କ ସମସ୍ୟାର ସମାଧାନ କରିବ। ଡ. ଏ ଚେଲା କୁମାର କହିଲେ, ଆସନ୍ତା ପୌର ନିର୍ବାଚନରେ କଂଗ୍ରେସ କିଭଳି ବିଜୟ ହାସଲ କରିବ, ସେ ନେଇ କାମ କରିବାକୁ ହେବ। ଏଥିପାଇଁ ଗୋଟିଏ ମିନିଟ ନଷ୍ଟ ନ କରି ପ୍ରତ୍ୟେକ କଂଗ୍ରେସ କର୍ମୀ ନିଜ ୱାର୍ଡରେ ଜନସଂପର୍କ ଯାତ୍ରା କରିବା ସହିତ ଘରକୁ ଘର ବୁଲି କଂଗ୍ରେସର ନୀତି ଓ ଆଦର୍ଶକୁ ପ୍ରଚାର କରିବା ସହତ ନିଜ ୱାର୍ଡରେ କଂଗ୍ରେସକୁ ଶକ୍ତ କରିବାର ଦାୟିତ୍ୱ ନେବାକୁ ପଡ଼ିବ । କୌଣସି ବିଶୃଙ୍ଖଳାକୁ ଗୋଟିଏ ମିନିଟ ପାଇଁ ବରଦାସ୍ତ କରାଯିବ ନାହିଁ । ୬୭ଟି ୱାର୍ଡର ପଂପୂର୍ଣ୍ଣ ଖସଡ଼ା ପ୍ରସ୍ତୁତି କରିବା ସହିତ କିଭଳି ଲୋକଙ୍କ ସମସ୍ୟା ସହିତ ଏବଂ ଲୋକଙ୍କ ପାଇଁ ଲଢ଼ାଯିବ ତା ଉପରେ ଗୁରୁତ୍ୱରୋପ କରିଥିଲେ । ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିବା ସହିତ ବିଗତ ଦିନରେ ଜିଲ୍ଲା କଂଗ୍ରେସ ଯେଉଁସବୁ କାର୍ଯ୍ୟକ୍ରମ କରିଥିଲେ ତାହାର ଏକ ବିସ୍ତୃତ ବିବରଣୀ ପାଠ କରିଥିଲେ । ଭୁବନେଶ୍ୱରରେ ଥିବା ୮୦ ଜଣରୁ ଅଧିକ ରାଜ୍ୟ କଂଗ୍ରେସର ନେତା ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ଜିଲ୍ଲାର ସମସ୍ତ ନେତୃବୃନ୍ଦଙ୍କ ସହ ମିଶି କିଭଳି ଭୁବନେଶ୍ୱର ଜିଲ୍ଳାର କଂଗ୍ରେସକୁ ସୁଦୃଢ଼ କରିବା ସହିତ ଆସନ୍ତା ନିର୍ବାଚନରେ କିଭଳି ତିନୋଟି ଆସନ ଜିତାଯିବ ସେ ନେଇ ଆଲୋଚନା ହୋଇଥିଲା। ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦକ ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ବ୍ଲକ ସଭାପତି ବ୍ରହ୍ମାନନ୍ଦ ସାହୁ, ଶ୍ରୀଧର ବଳିଆର ସିଂ, ଦେବରାଜ ମିଶ୍ର, ଇନ୍ଦ୍ରଜିତ ପରିଡ଼ା, ମୋହନ ଜେନା, ଶତୃଘନ ବେହେରା, ଯୋଗୀନାଥ ନାୟକ, ଦୀପକ କୁମାର ମହାପାତ୍ର, ପ୍ରଶନ୍ନ ପରିଡ଼ା, ପ୍ରଣତୀ ମିଶ୍ର, ପ୍ରଦୀପ ମହାପାତ୍ର, କୁସୁମ ପ୍ରଧାନ, ସୁଭଦ୍ରା ମିଶ୍ର, ସ୍ୱାଧୀନବାଳା ଦାସ, ଚୈତାଳି ପଟ୍ଟନାୟକ, ଏମଏ ପରିୱିନ, ଲକ୍ଷ୍ମୀପ୍ରିୟ ଦାସ, ଲିପିନା ବାରିକ, ପ୍ରଭାବତି ପଟ୍ଟନାୟକ, ସୌମେନ୍ଦ୍ର ମହାନ୍ତି, ଶରତ ସାମଲ, ଶୁଭ୍ରଜ୍ୟୋତି ଲେଙ୍କା, ପ୍ରଭାତ ପ୍ରତାପ ସିଂ, ରମାକାନ୍ତ ଦାସ, ନିଆଜୁଲ ଇମଲାମ, ଉଦ୍ଦିତ ପ୍ରଧାନ, ଦେବଦତ ରାୟ, ସେକ ତାକୱିନ, ଦେବାଶିଷ ଦାସ, ରାଜକିଶୋର ବାରିକ, ସଂକୁନା ନାୟକ, ଦେବୀପ୍ରସାଦ ସ୍ୱାଇଁ, ମନୋଜ ନାୟକ, ମିତ୍ରଭାନୁ ମହାପାତ୍ର, ଆଲୋକ ମହାନ୍ତି, ରଞ୍ଜିତ ପାତ୍ର, କ୍ଷୀରୋଦ ବେହରା, ଆତ୍ମାରାମ ପତି, ଦେଓ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ।