ମନ୍ମଥ ମିଶ୍ରଙ୍କୁ ଗାଳି କରିଥିଲେ ଅପରାଜିତା

ମନ୍ମଥ ମିଶ୍ରଙ୍କୁ ଗାଳି କରିଥିଲେ ଅପରାଜିତା

ମନ୍ମଥ ମିଶ୍ରଙ୍କୁ ଗାଳି କରିଥିଲେ ଅପରାଜିତା

ଭୁବନେଶ୍ୱର : ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ସମ୍ପର୍କର ଗୁମର ଖୋଲିଛନ୍ତି ତୃପ୍ତି ଶତପଥି । ସେ କହିଛନ୍ତିଯେ, ସେ ବାବୁସାନ ଓ ପ୍ରକୃତିଙ୍କୁ ୪ ଥର ଧରିଛନ୍ତି । ଏନେଇ ସେ ଶାଶୁ ଅପରାଜିତା ମହାନ୍ତିଙ୍କୁ ବି ଜଣାଇଥିଲେ  । ଶାଶୁ ଏକଥା ଜାଣିବା ପରେ ବାବୁସାନଙ୍କୁ ବି ଗାଳି କରିଥିଲେ  । ମନ୍ମଥ ମିଶ୍ରଙ୍କୁ ମଧ୍ୟ ଗାଳି କରିଥିଲେ ବୋଲି ତୃପ୍ତି କହିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି  । ଶାଶୁଙ୍କ ଦେହ ଏବେ ଭଲ ନାହିଁ ବୋଲି ତୃପ୍ତି କହିଛନ୍ତି । ବାପାମା’ ହିସାବରେ ଶାଶୁ ଶ୍ୱଶୁର ଏବେ ଅସହାୟ ହୋଇପଡ଼ିଛନ୍ତି । ସେ କିଛି କରିପାରୁନାହାନ୍ତି ବୋଲି ତୃପ୍ତି ଗଣମାଧ୍ୟମକୁ କହିଛନ୍ତି  ।

ଭିଡ଼ିଓ ଭାଇରାଲ ହେବା ପରେ ରାଗି ଯାଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର  । ମୁଁ କାହାରିକୁ ଛାଡ଼ିବିନାହିଁ । ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି  । ଏମିତି ଧମକ ଦେବାକୁ ପଛାଇନାହାନ୍ତି ପ୍ରକୃତି  ।

ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ଭାଇରାଲ ଭିଡ଼ିଓକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥି ଉଭୟ ବାବୁସାନ ଓ ପ୍ରକୃତିଙ୍କୁ ବିଚ ରାସ୍ତାରେ ଅଟକାଇ ହଟହଟା କରାଇଥିଲେ  । ବାବୁସାନଙ୍କ କଲର ଧରିବା ସହ ପ୍ରକୃତିଙ୍କୁ ଧକା ମାରିବାକୁ ବି ପଛାଇନଥିଲେ  । ଏହି ସମୟରେ ହେଲପ ହେଲପ ବୋଲି ଚିତ୍କାର କରିଥିଲେ ପ୍ରକୃତି । କିନ୍ତୁ ତାଙ୍କୁ ଉଦ୍ଧାର କରିବା ତ ଦୂରର କଥା ଏହି ସମୟରେ ଲୋକମାନେ ମଜା ଉଠାଉଥିବା ଦେଖିବାକୁ ମିଳିଥିଲା  ।
ଯାହାକୁ ନେଇ ପ୍ରକୃତି ମିଶ୍ର କହିଛନ୍ତିଯେ, ମୋ ସହ ଯାହା ଘଟିଛି ମୁଁ ତାହା ଭୁଲିବି ନାହିଁ । ବାବୁସାନ ଓ ମୁଁ ପିଲାଦିନୁ ଭଲ ସାଙ୍ଗ  । ବାବୁସାନଙ୍କ ପତ୍ନୀ ଓ ତାଙ୍କ ଶ୍ୱଶୁର ଗୁଣ୍ଡା ଆଣି ମୋତେ ଅପମାନିତ କରିଛନ୍ତି । ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଛନ୍ତି  । ବାବୁସାନଙ୍କୁ ମଧ୍ୟ ଟର୍ଚ୍ଚର କଲେ  । ମୋ ଚୁଟି ଧରି ଭିଡ଼ାଭିଡ଼ି କଲେ  । ମୁଁ ହେଲପ ହେଲପ କହିଲେ ବି ସମସ୍ତେ ମଜା ଉଠାଇଲେ  । ମୁଁ କାହାକୁ ଛାଡ଼ିବି ନାହିଁ  । ଲିଗାଲ ଆକ୍ସନ ନେବି ବୋଲି ପ୍ରକୃତି କହିଛନ୍ତି । ପରେ ପ୍ରକୃତି ଖାରବେଳ ଥାନାରେ ଏତଲା ଦେଇଛନ୍ତି  ।