ମମତା ଜିତିଲେ ଭବାନୀପୁର

ମମତା ଜିତିଲେ ଭବାନୀପୁର

ମମତା ଜିତିଲେ ଭବାନୀପୁର

କୋଲକାତା: ମମତା ବାନାର୍ଜୀଙ୍କ  ବାଜିମାତ । ଯାହା ଆଶା କରାଯାଉଥିଲା ସେହା ହିଁ ହେଲା । ଭବାନୀପୁର ଆସନରୁ ବିପୁଳ ଭୋଟରେ ମମତା ବିଜୟ ଲାଭ କରିଛନ୍ତି ।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନକୁ ଅକ୍ତିଆର କରିଛନ୍ତି ।  ବିଜେପିର ପ୍ରିୟଙ୍କା ତିବ୍ରେୱାଲାଙ୍କୁ ମମତା ହରାଇଦେଇଛନ୍ତି । 

ପ୍ରିୟଙ୍କାକୁ ୫୮ ହଜାରରୁ ଅଧିକ ଭୋଟରେ ହରାଇ ମମତା ବିଜୟର ସ୍ୱାଦ ଚାଖିଛନ୍ତି ।  ମମତାଙ୍କୁ ୮୪ ହଜାର ୭୦୯ ଖଣ୍ଡ ଭୋଟ ମିଳିଥିବାବେଳେ  ବିଜେପିର ପ୍ରିୟଙ୍କା ତିବ୍ରେୱାଲାଙ୍କୁ  ମାତ୍ର ୨୬ ହଜାର ୩୨୦ଟି ଭୋଟ ମିଳିଛି ।

ମମତା ଭୋଟ ଗଣତିର ୧୦ ରାଉଣ୍ଡ ସୁଦ୍ଧା ମମତା ୩୧ ହଜାର ୬୪୫ ଭୋଟରେ ଆଗୁଆ ଥିଲେ । ଏହି ବିଧାନସଭା ଆସନ ପାଇଁ ମୋଟ ୨୧ରାଉଣ୍ଡରେ ଭୋଟ ଗଣତି ହୋଇଥିଲା । ଶେଷରେ ବିଜୟର ମୁକୁଟ ପିନ୍ଧିଛନ୍ତି ଦିଦି । ସେ ୫୮ ହଜାରରୁ ଊର୍ଦ୍ଧ୍ବ ଭୋଟରେ ରେକର୍ଡ ବିଜୟ ହାସଲ କରିଛନ୍ତି ।

ଗତ ୩୦ ତାରିଖରେ ଭବାନୀପୁର ଉପ-ନିର୍ବାଚନ ପାଇଁ ମତଦାନ ହୋଇଥିଲା  । ଆଉ ଏହି ଉପ-ନିର୍ବାଚନରେ ମମତା ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିଛନ୍ତି  । ଭବାନୀପୁର ଉପ-ନିର୍ବାଚନରେ ମୋଟ ୫୩.୩୨ ପ୍ରତିଶତ ମତଦାନ ହୋଇଥିବା ଫଳାଫଳ ମମତାଙ୍କ ସପକ୍ଷରେ ଆସିଛି । ମମତା ବିଜୟର ମୁକୁଟ ପିନ୍ଧିଛନ୍ତି । ଏଥର ଉପନିର୍ବାଚନରେ ମମତାଙ୍କୁ ମାତ୍ ଦେବାକୁ ବିଜେପି ଜୋର ଲଗାଇଥିଲା  । ଦଳ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାର୍ଥୀ କରି ମମତାଙ୍କୁ କଡା ଟକ୍କର ଦେବ ବୋଲି ଦାବି କରିଥିଲା ।