ପ୍ରତାପ ଷଡ଼ଙ୍ଗୀ ଏମ୍ସରେ ଭର୍ତ୍ତି

ପ୍ରତାପ ଷଡ଼ଙ୍ଗୀ ଏମ୍ସରେ ଭର୍ତ୍ତି

ପ୍ରତାପ ଷଡ଼ଙ୍ଗୀ ଏମ୍ସରେ ଭର୍ତ୍ତି


ଭୁବନେଶ୍ୱର:ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ନିଜେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଟ୍ୱିଟ କରି ଏ ସୂଚନା ଦେଇଛନ୍ତି। ତାଙ୍କ ଆଶୁ ଆରୋଗ୍ୟ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପିଙ୍କି ପ୍ରଧାନ ପ୍ରମୁଖ କାମନା କରିଛନ୍ତି।

ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦୀର୍ଘଦିନ ଧରି ତାଙ୍କୁ ଥଣ୍ଡା ହୋଇଥିଲା। ଯେଉଁ କାରଣରୁ ସେ ଅସୁସ୍ଥ ଅନୁଭବ କରିଥିଲେ। ଯାହା ପରେ ସେ ନିଜର କୋଭିଡ୍-୧୯ ପରୀକ୍ଷା କରାଇଥିଲେ। ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା। ଏ ନେଇ ସେ ବାଲେଶ୍ଵର ଚିକିତ୍ସା ଅଧିକାରୀ ଜଣାଇ ଥିଲେ। ତେବେ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଆଜି ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଏମ୍ସ ସ୍ଥାନାନ୍ତର କରାଯାଇଛି। ତାଙ୍କର ଶୁଭେଛୁ ଓ ଦଳୀୟ କର୍ମୀମାନେ ସୁସ୍ଥ ନିରାମୟ ଜୀବନ କାମନା କରିଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି। ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛି। ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜକୁ ସଂଗରୋଧରେ ରଖନ୍ତୁ ବୋଲି ମୁଁ ଅନୁରୋଧ କରୁଛି।