ମମତା ଜିତିଲେ ଭବାନୀପୁର
ମମତା ଜିତିଲେ ଭବାନୀପୁର
କୋଲକାତା: ମମତା ବାନାର୍ଜୀଙ୍କ ବାଜିମାତ । ଯାହା ଆଶା କରାଯାଉଥିଲା ସେହା ହିଁ ହେଲା । ଭବାନୀପୁର ଆସନରୁ ବିପୁଳ ଭୋଟରେ ମମତା ବିଜୟ ଲାଭ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନକୁ ଅକ୍ତିଆର କରିଛନ୍ତି । ବିଜେପିର ପ୍ରିୟଙ୍କା ତିବ୍ରେୱାଲାଙ୍କୁ ମମତା ହରାଇଦେଇଛନ୍ତି ।
ପ୍ରିୟଙ୍କାକୁ ୫୮ ହଜାରରୁ ଅଧିକ ଭୋଟରେ ହରାଇ ମମତା ବିଜୟର ସ୍ୱାଦ ଚାଖିଛନ୍ତି । ମମତାଙ୍କୁ ୮୪ ହଜାର ୭୦୯ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପିର ପ୍ରିୟଙ୍କା ତିବ୍ରେୱାଲାଙ୍କୁ ମାତ୍ର ୨୬ ହଜାର ୩୨୦ଟି ଭୋଟ ମିଳିଛି ।
ମମତା ଭୋଟ ଗଣତିର ୧୦ ରାଉଣ୍ଡ ସୁଦ୍ଧା ମମତା ୩୧ ହଜାର ୬୪୫ ଭୋଟରେ ଆଗୁଆ ଥିଲେ । ଏହି ବିଧାନସଭା ଆସନ ପାଇଁ ମୋଟ ୨୧ରାଉଣ୍ଡରେ ଭୋଟ ଗଣତି ହୋଇଥିଲା । ଶେଷରେ ବିଜୟର ମୁକୁଟ ପିନ୍ଧିଛନ୍ତି ଦିଦି । ସେ ୫୮ ହଜାରରୁ ଊର୍ଦ୍ଧ୍ବ ଭୋଟରେ ରେକର୍ଡ ବିଜୟ ହାସଲ କରିଛନ୍ତି ।
ଗତ ୩୦ ତାରିଖରେ ଭବାନୀପୁର ଉପ-ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଆଉ ଏହି ଉପ-ନିର୍ବାଚନରେ ମମତା ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିଛନ୍ତି । ଭବାନୀପୁର ଉପ-ନିର୍ବାଚନରେ ମୋଟ ୫୩.୩୨ ପ୍ରତିଶତ ମତଦାନ ହୋଇଥିବା ଫଳାଫଳ ମମତାଙ୍କ ସପକ୍ଷରେ ଆସିଛି । ମମତା ବିଜୟର ମୁକୁଟ ପିନ୍ଧିଛନ୍ତି । ଏଥର ଉପନିର୍ବାଚନରେ ମମତାଙ୍କୁ ମାତ୍ ଦେବାକୁ ବିଜେପି ଜୋର ଲଗାଇଥିଲା । ଦଳ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାର୍ଥୀ କରି ମମତାଙ୍କୁ କଡା ଟକ୍କର ଦେବ ବୋଲି ଦାବି କରିଥିଲା ।




admin 