ମାଳଦୀପରେ ଶ୍ରୀଲଙ୍କା ରାଷ୍ଟ୍ରପତି!

ମାଳଦୀପରେ ଶ୍ରୀଲଙ୍କା ରାଷ୍ଟ୍ରପତି!

ମାଳଦୀପରେ ଶ୍ରୀଲଙ୍କା ରାଷ୍ଟ୍ରପତି!

 କଲମ୍ବୋ: ଶ୍ରୀଲଙ୍କାରେ ରାଷ୍ଟ୍ରପତି ଭବନ ଏବେ ଆନ୍ଦୋଳନକାରୀଙ୍କ କବ୍‌ଜାରେ। ଦେଶରେ ଜାରି ରହିଛି  ଅସ୍ଥିରତା। ଏହା ମଧ୍ୟରେ ଦେଶରୁ ପଳାୟନ କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ପୂର୍ବରୁ ପଦରୁ ଇସ୍ତଫା ଦେଇଥିବା ରାଷ୍ଟ୍ରପତି ଗୋଟାବାୟ ମାଳଦ୍ୱୀପକୁ ଚାଲି ଆସିଥିବା ସୂଚନା ମିଳିଛି।  ଇମିଗ୍ରେସନ ଅଧିକାରୀଙ୍କ ସୂଚନା ଅନୁସାରେ ବାୟୁସେନାର ଏକ ବିମାନରେ ସେ କଲମ୍ବୋରୁ ମାଳଦ୍ୱୀପକୁ ଚାଲି ଆସିଛନ୍ତି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ସହ ତାଙ୍କ ପତ୍ନୀ ଓ ଜଣେ ସୁରକ୍ଷାକର୍ମୀ ଅଛନ୍ତି । ସେମାନଙ୍କର ପାସପୋର୍ଟକୁ ଇମିଗ୍ରେସନ ବିଭାଗ ପକ୍ଷରୁ ସ୍ୱୀକୃତି ପରେ ଏକ ସ୍ୱତନ୍ତ୍ର ବିମାନରେ ମାଳଦ୍ୱୀପ ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନରୁ ପଳାଇବା ପରେ ସେ ଆମେରିକା ଯିବା ପାଇଁ ଭିସା ଆବେଦନ କରିଥିଲେ। କିନ୍ତୁ ଆମେରିକା ଗୋଟାବାୟାଙ୍କୁ ଭିସା ଦେବାକୁ ମନା କରିଦେଇଥିଲା । ପୂର୍ବରୁ ଗୋଟାବାୟା ରାଜପକ୍ଷଙ୍କର ଶ୍ରୀଲଙ୍କା ସମେତ ଆମେରିକାର ଦ୍ୱେତ ନାଗରିକତା ଥିଲା।

କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ସେ ତାଙ୍କ ଆମେରିକାର ନାଗରିକତ୍ୱକୁ ଫେରାଇ ଦେଇଥିଲେ ଜ୍ଝ ବାସ୍ତବରେ, ଏହି ଉତ୍ତେଜନା ଆରମ୍ଭ ପୂର୍ବରୁ ମଧ୍ୟ ସେ ଦେଶ ଛାଡି ପଳାଇବାକୁ ଚେଷ୍ଟା କରିଥିଲେ ଜ୍ଝକିନ୍ତୁ ବିମାନବନ୍ଦରରେ ଥିବା ଇମିଗ୍ରେସନ କର୍ମଚାରୀମାନେ ତାଙ୍କୁ ଦେଶ ଛାଡିବାକୁ ଦେଇନଥିଲେ। ସେପଟେ ଆସନ୍ତା ୨୦ ତାରିଖରେ ଶ୍ରୀଲଙ୍କାକୁ ମିଳିପାରେ ନୂଆ ରାଷ୍ଟ୍ରପତି।  ଜୁଲାଇ ୧୯ରେ ନାମାଙ୍କନ ଦାଖଲ ହେବ ଏବଂ ୨୦ରେ ଭୋଟ୍  ।

ମୁଖ୍ୟ ବିରୋଧୀ ଦଳ ଏସଜେବି ପକ୍ଷରୁ ସାଜିଥ ପ୍ରେମଦାସାଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ପାଇଁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବା ବେଳେ, ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ରାନିଲ ଓ୍ୱିକ୍ରମସିଂଘେ ମଧ୍ୟ ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଛି ।  ଏହି ରାଷ୍ଟ୍ରପତିଙ୍କ ନେତୃତ୍ୱରେ ସର୍ବଦଳୀୟ ସରକାର କାର୍ୟ୍ୟ କରିବ ।