ମୁଁ କଜିଆ ଆରମ୍ଭ କରିଛି ପ୍ରମାଣ ହେଲେ ଟ୍ୱିଟର ଛାଡ଼ିବି: କଙ୍ଗନା
ମୁଁ କଜିଆ ଆରମ୍ଭ କରିଛି ପ୍ରମାଣ ହେଲେ ଟ୍ୱିଟର ଛାଡ଼ିବି: କଙ୍ଗନା
admin
Sep 19, 2020 - 09:24
Updated: Sep 19, 2020 - 09:24
ମୁଁ ଜଣେ କଜିଆ କରୁଥିବା ମହିଳା ନୁହେଁ । କୌଣସି କଳି ବା ଝଗଡ଼ା ପ୍ରଥମେ ମୁଁ ଆରମ୍ଭ କରି ନାହିଁ । ଏହାର ପ୍ରମାଣ ରହିଛି । ଯଦି କେହି ପ୍ରମାଣ କରିଦିଅନ୍ତି ଯେ ମୁଁ ପ୍ରଥମେ ଝଗଡ଼ା ଆରମ୍ଭ କରିଥିଲି ତେବେ ମୁଁ ଟ୍ୱିଟର ଛାଡ଼ିଦେବି । ବଲିଉଡ କ୍ୱିନ କଙ୍ଗନା ରାଣାୱତ ପୁଣି ଏଭଳି ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସୁଶାନ୍ତଙ୍କ ମୃତୁ୍ୟ ପରେ ଲଗାତାର ନିଜର କଟୁ ବଚ୍ଚନରେ ଅନ୍ୟମାନଙ୍କୁ ନିଶାଣ ସାଧି ଆସିଛନ୍ତି କଙ୍ଗନା । ସେ ନିଜ ତରଫରୁ ଟ୍ୱିଟ କରି କହିଛନ୍ତି, ମୁଁ କୌଣସି ଲଢେ଼ଇ ଆରମ୍ଭ କରେନି, ଓଲଟା ଶେଷ କରେ । ପ୍ରକାଶ ଯୋଗ୍ୟ, କଙ୍ଗନା ମୁମ୍ବାଇକୁ ପାକ ଅଧିକୃତ କାଶ୍ମୀର, ଉର୍ମିଳାଙ୍କୁ ସଫ୍ଟ ପର୍ଣ୍ଣ ଷ୍ଟାର ଆଦି କହିବା ପରେ ପ୍ରଶଂସକମାନେ ତାଙ୍କ ଉପରେ ଗର୍ଜି ଥିଲେ । ଏପରିକି ଅନୁରାଗ କଶ୍ୟପଙ୍କ ସହ ବି କଙ୍ଗନାଙ୍କ ବାକ ଯୁଦ୍ଧ ହୋଇଥିଲା । ଅନୁରାଗ କହିଥିଲେ, ଭଉଣୀ ତୁ ହିଁ ଜଣେ ଅଛୁ । ଆମର ଗୋଟିଏ ବୋଲି ମଣିକର୍ଣ୍ଣିକା । ଯା ୪/୫ ଜଣ ଲୋକଙ୍କୁ ନେଇକି ଯା ଚୀନ ସହ ଯୁଦ୍ଧ ଲଢ଼ିବୁ । ଦେଖୁନୁ ଭାରତୀୟ ସୀମା ଅତିକ୍ରମ କରି ଚୀନ ସେନା କେତେ ବାଟ ପଳାଇ ଆସିଲେଣି । ଯା ଦେଖେଇଦେ ଯେ, ଭାରତର କିଏ କିଛି ବି କରିପାରିବେନି । ଏଲଏସି ତୋ ଘରଠାରୁ ମାତ୍ର ଗୋଟିଏ ଦିନର ରାସ୍ତା । ଯା ଆମ ସିଂହୀ ଯା ।’ ଏହାର ଉତ୍ତରରେ କଙ୍ଗନା କହିଥିଲେ ଯାଅ ଅଲମ୍ପିକସ ସ୍ୱର୍ଣ୍ଣପଦକ ଆଣିବ । ଏହା କୌଣସି ବି ଗ୍ରେଡ ଚଳଚ୍ଚିତ୍ର ନୁହେଁ ଯେ ଯିଏ ଯାହାଚାହିବ ସେ ଭୂମିକାରେ ଅଭିନୟ କରିବ । ତୁମେ ମୋ ସାଙ୍ଗ ଥିଲା ବେଳେ ଚତୁର ଥିଲ, ଏବେ ଏତେ ମୁର୍ଖ କେମିତି ହୋଇଗଲ ବୋଲି କଙ୍ଗନା ଟ୍ୱିଟ୍ କରିଥିଲେ ।